Breaking News

ଅଳଗୁମ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ; ଅଳଗୁମ ଓ ବୀରରାମଚନ୍ଦ୍ରପୁର ବିଜୟୀ

Algum Premier League Cricket Match; Alagum and Birramchandrapur are the winners


ସାକ୍ଷୀଗୋପାଳ,---ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜାଗେଶ୍ୱରୀ କ୍ରିକେଟ କ୍ଳବ ଅଳଗୁମ ୩୧ନଂ ଜୋନ ସ୍ତରୀୟ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅଳଗୁମ ଦକ୍ଷିଣବାଟି ଗ୍ରାମ ପଡିଆରେ ଚାଲିଛି । ମ୍ୟାଚର୮ମ ଦିବସର ପ୍ରଥମ ମ୍ୟାଚ ମଧୁବନ କ୍ରିକେଟ ଦଳ ଟଚ ଜିତି ବ୍ୟାଟିଂ କରି ଦଳ ୧୦ ଓଭରରେ ୮ ଉଇକେଟ ହରାଇ ୪୯ ରନ କରିଥିଲା । ଜବବାରେ ଅଳଗୁମ ଦଳ ୭ ଓଭର ୪ ଉଇକେଟ ହରାଇ ୫୦ ରନ କରି ବିଜୟୀ ହୋଇଥିଲେ । ସେହିପରି ଦୁତୀୟ ମ୍ୟାଚ ବୀରରାମଚନ୍ଦ୍ରପୁର ସହିତ ନୂଆସମେଶ୍ୱରପୁର କ୍ରିକେଟ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟଚ ଜିତି ନୂଆସମେଶ୍ୱରପୁର ଦଳ ବ୍ୟାଟିଂ କରି ୧୦ ଓଭରରେ ୯ ଉଇକେଟ ହରାଇ ୪୬ ରନ କରିଥିଲା । ଜବାବରେ ବୀରରାମଚନ୍ଦ୍ରପୁର ଦଳ ୭ ଓଭର ୧ଟି ବଲରେ ୨ ଉଇକେଟ ହରାଇ ୪୭ ରନ କରି ବିଜୟୀ ହୋଇଥିଲା । ମ୍ୟାଚ ପରିଚାଳନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଦାସ ଓ ବିଜୟରାଜ ମହାନ୍ତି । ଅଳଗୁମ ଜାଗେଶ୍ୱରି ର୍କିକେଟ କ୍ଳବର ସଦସ୍ୟ ଅମରେଶ ବିଶ୍ୱାଳ, ରିତିଶି ବିଶ୍ୱାଳ, ଶିବନାରାୟଣ ମହାନ୍ତି, ସତ୍ୟଜିତି ନାୟକ, ଦେବୀଦତ୍ତ ମଲ୍ଲିକ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୪/୨୦୨୨---୭,୧୦

Sakhigopal News, 24/4/2022

Blog Archive

Popular Posts