ଭ୍ୟାନିଟ ଭିଡି ନେଲେ ଲୁଟେରା ; ଅଳ୍ପକେ ବର୍ତ୍ତିଲେ ମହିଳା
Vanity vide looters; A little bit of a woman
ସାକ୍ଷୀଗେ।।ପଳ---- ଭୁବନେଶ୍ୱର- ପୁରୀ ୩୧୬ନଂ ଜାତୀୟ ରାଜପଥ ଉପରେ ଜଣେ ମହିଳାଙ୍କ ଭ୍ୟାନିଟ ଭିଡି ନେଲେ ଲୁଟେରା ମାନେ । ମାତ୍ର ଅଳ୍ପକେ ରକ୍ଷା ପାଇଗଲେ ମହିଳା ଜଣକ । ପୋଲିସ ସୁତ୍ରରୁ ପ୍ରକାଶ ଯେ ଭୁବନେଶ୍ୱରରୁ ନିଜ ଗ୍ରାମ ବୀରନରସିଂହପୁର ଗ୍ରାମକୁଏକ ମଟର ସାଇକେଲରେ ଲିଙ୍ଗରାଜ ମହାପାତ୍ର ଓ ତାଙ୍କ ଧର୍ମପନ୍ତ୍ରୀ ଯାଉଥିଲେ । ସାକ୍ଷୀଗେ।।ପଳ ବ୍ଳକ ଛକ ଅଗାକୁ ଦୁଇ ଜଣ ଯୁବକ ମୁହଁରେ ମୁଖା ବାନ୍ଦି ହଠାତ ଭ୍ୟାନିଟବ୍ୟାଗକୁ ଭିଡିଥିଲେ । ମହିଳା ଜଣଙ୍କ ଭ୍ୟାନିଟିକୁ ଛାଡି ଦେଇଥିଲେ ମଧ୍ୟ ମଟର ସାଇକେଲରୁ ରାସ୍ତା ଉପରେ ପଡି ଯାଇଥିଲେ । ମାତ୍ର ହେଲମେଣ୍ଟ ପିନ୍ଦି ଥିବାରୁ ତାଙ୍କର ସେପରି କିଛି ହୋଇନଥିବା ଜଣାପଡିଛି । ସତ୍ôୟାଦୀ ଥାନାରେ ଏ ନେଇ ଶ୍ରୀ ମହାପାତ୍ର ଏକ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଆଧାର କରି ୧୩୫/୨୨ରେ ଏକ ମାମଲା ରୁଜ କରି ତଦନ୍ତ ଜାରି ରହିଥିବା ଜଣାପଡିଛି । ଅନ୍ୟ ପକ୍ଷେ ପୁରୀ ଏସପି ଏହି ଲୁଟେରା ମାନଙ୍କୁ କାବୁ କରିବା ପାଇଁ ତିନୋଟି ପିସିଆର ଭ୍ୟାନ ଯୋଗାଇ ଦେଇଛନ୍ତି । ମାତ୍ର ଏହି ଭ୍ୟାନ ଗୁଡିକ ଅଧିକାଂଶ ସମୟରେ ଗଛ ଛାଇ କିମ୍ବା ଡାବାରେ ବସି ରହୁଛନ୍ତି ବୋଲି ଜନସାଧାରଣରେ ଆଲେଚନା ହେଉଛି । ଏଥିପ୍ରତି ନଜର ଦେବାକୁ ପୁରୀ ଏସପିଙ୍କୁ ସତ୍ୟବାଦୀର ବୁଦ୍ଧଜିବୀ ମାନେ ନିବଦେନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୪/୨୦୨୨---୫,୦୫