Breaking News

ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ

 ସାକ୍ଷୀଗୋପାଳ---  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତର ବାସୁକେରା ଗ୍ରାମରେ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ, ସୁବାସିଷ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆଜିର ଦିନରେ ବିଜ୍ଞାନ ବିନା ଆମେ ବଞ୍ଚିପାରିବା ନାହିଁ ବୋଲି ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜୟନ୍ତ କୁମାର ମିଶ୍ର, ସମ୍ପାଦକ ବାଉରୀ ବନ୍ଧୁ ସାହୁ ଓ ନିରଞ୍ଜନ ମିଶ୍ର ବିଦ୍ୟୁତ୍ ପରିଷଦ କମିଟିର ସଭାପତି  ପ୍ରମୁଖ ଯୋଗ ଦେଇ ଆଜିର ଦିନରେ ବିଜ୍ଞାନର ଉପକାରିତା ସମ୍ପର୍କେ ଆଲେଚନା କରିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।  ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଦେବ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ଗୁରୁମା ସସ୍ମିତା ବିଶ୍ୱାଳ ସଂଯୋଜନା କରିଥିଲେ । ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ ୨୫୩ ଗୋଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ୫୪ ଗୋଟି ପ୍ରକଳ୍ପ ସଙ୍କୁଳ ସ୍ତରକୁ ଯିବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ସଂଘମିତ୍ରା ଦେବୀ, ସତ୍ୟଜିତି ଜେନା, ଦୁର୍ଗା ପ୍ରସାଦ ରଥ, ସନ୍ତୋଷ କୁମାର ସାହୁ ଓ ବିଭୁ ପ୍ରସାଦ ମହାପାତ୍ର ବିଚାରକ ଭାବେ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୭/୨୦୨୫---୩,୫୦   Sakhigopal News, 26/7/2025

Blog Archive

Popular Posts