Breaking News

ଅଳଗୁମ ଓ ନରେନ୍ଦ୍ରପୁର କ୍ରିକେଟ ଦଳ ଫାଇନାଲରେ

Algum and Narendrapur cricket teams in the final


 ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜାଗେଶ୍ୱରୀ  କ୍ରିକେଟ କ୍ଳବ ଅଳଗୁମ ୩୧ନଂ ଜୋନ ସ୍ତରୀୟ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ସ୍ଥାନୀୟ ଦକ୍ଷିଣବାଟି ଗ୍ରାମ ପଡିଆରେ ଅନୁଷ୍ଠିତ ହେଉଛି । ଦୁତୀୟ  ସେମିଫାଇନାଲ ମ୍ୟାଚ ଅଳଗୁମ ସହିତ ନୂଆସମେଶ୍ୱରପୁର କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟଚ ଜିତି ନୂଆସମେଶ୍ୱରପୁର ଦଳ ବ୍ୟାଟି କରି  ୧୦ ଓଭରରେ  ୪ ଉଇକେଟ ହରାଇ ୭୧ ରନ କରିଥିଲା । ଜବବାରେ ଅଳଗୁମ ଦଳ ୮ଓଭର  ୨ ଉଇକେଟ ହରାଇ ୭୨ରନ କରିଥିଲେ ।  ନରେନ୍ଦ୍ରପୁର ଦଳ  ଆଗରୁ ଫାଇନାଲରେ ପ୍ରବେଶ କରିଥିଲା । ଆଜି ନୂଆସମେଶ୍ୱରପୁୂର ଦଳକୁ ହରାଇ ଅଳଗୁମ ଫାଇନାଲରେ ପ୍ରବେଶ କରିଛି ।  ମ୍ୟାଚ ପରିଚାଳନା କରିଥିଲେ  ପୂର୍ଣ୍ଣଚନ୍ଦ୍ର ଦାସ ଓ ବିଜୟରାଜ ମହାନ୍ତି   ।   ଅଳଗୁମ  ଜାଗେଶ୍ୱରି ର୍କିକେଟ କ୍ଳବର ସଦସ୍ୟ  ଓମ ପ୍ରସାଦ ମହାପାତ୍ର, ଦେବାଶିଷ ପଣ୍ଡା, ରିତିଶି ବିଶ୍ୱାଳ , ପବିତ୍ର କୁମାର ସେଠୀ ଓ ଦେବୀଦତ୍ତ ମଲ୍ଳିକ  ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ୧ ତାରିଖ ଦିନ ନରେନ୍ଦ୍ରପୁର ସହିତ ଅଳଗୁମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ  ବୋଲି ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୪/୨୦୨୨ 7,55   Sakhigopal News, 29/4/2022


Blog Archive

Popular Posts