ସରକାରୀ ଉଚ୍ଚବିଦ୍ୟାଳୟରେ ଦୁଇ ବିଗ୍ରହ ସ୍ଥାପନ
Establishment of two idols in government high schools
ଜଟଣୀ--- ଜଟଣୀ ସରକାରୀ ବାଳକ ଉଚ୍ଚବିଦ୍ୟାଳୟରେ ସୋମବାର ବିଦ୍ୟା ଓ ଜ୍ଞାନଦାତ୍ରା ମା’ ସରସ୍ୱତୀ ଏବଂ ଗଣେଶଙ୍କ ବିଗ୍ରହ ସ୍ଥାପନ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସସ୍ମିତା ଦାସଙ୍କ ତତ୍ୱାବଧାନରେ ଏହି ପ୍ରସ୍ତର ନିର୍ମିତ ଦୁଇ ସ୍ଥାୟୀ ବିଗ୍ରହ ସ୍ଥାପନ ଓ ନିତିକର୍ମ ସମ୍ପର୍ଣ୍ଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କର୍ତାଭାବେ ଶିକ୍ଷକ ସତ୍ୟବ୍ରତ ଜେନା ଯୋଗଦେଇଥଇବା ବେଳେ ପୂଜକଭାବେ କାଳନ୍ଦୀ ଚରଣ ମିଶ୍ର ବିଗ୍ରହ ପ୍ରାଣ ପ୍ରତିଷ୍ଠା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଜବାହାରଲାଲ ସୁବୁଦ୍ଧୀ, ସ୍ନେହଲତା ଲେଙ୍କା, ଚନ୍ଦ୍ରକାନ୍ତ ବେହେରା,ପ୍ରତିମା ସ୍ୱାଇଁଙ୍କ ସହିତ ବିଦ୍ୟାଳୟର କର୍ମଚାରୀ ଓ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୨୫/୪/୨୦୨୨—୭,୧୫ Sakhigopal News, 25/4/2022