ସାକ୍ଷୀଗୋପାଳ ମନ୍ଦିର ଚତୁପାଶ୍ୱର୍ରେ ଥିବା 69 ଜଣଙ୍କର ଘର ଉଚ୍ଛେଦ ହେବ ; ଏଣ୍ଡାମେଣ୍ଟ କମିଶନରଙ୍କ ମୋହରକୁ ଅପେକ୍ଷା
The homes of 69 people around the Sakshigopala temple will be demolished; Waiting for the seal of the Endowment Commissioner
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ମନ୍ଦିରର ସୌନ୍ଦର୍ଯ୍ୟ କରଣ ନିମନ୍ତେ ରାଜ୍ୟ ସରକାର ୭ କୋଟି ଟଙ୍କା ଅର୍ଥ ପ୍ରଦାନ କରିଛନ୍ତି । ପୁରୀ ମନ୍ଦିର ସହିତ ସାକ୍ଷୀଗୋପାଳ ମନ୍ଦିରର ସଂଯୋଗ ରହିଛି । ପୁରୀ ମନ୍ଦିରର ଯେପରି ଚତୁପାଶ୍ୱର୍ ଉଚ୍ଛେଦ କରାଗଲା ସେହିପରି ସତ୍ୟବାଦୀରେ ସାତଦିନ ମଧ୍ୟରେ ଉଚ୍ଛେଦ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡିଛି । ବହୁଦିନ ହେବ ରାଜ୍ୟ ସରକାରଙ୍କ ୫ଟି ସଚ୍ଚିବ ଭି, କେ, ପାଣ୍ଡିୟାନ ମନ୍ଦିର ବୁଲିକି ଯିବା ସହ ଏହାର ଏକ ନକ୍ସା ପ୍ରସ୍ତୁତ କରାଯାଇଥିଲା । ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ପ୍ରଥମ ପର୍ଯ୍ୟାୟରେ ୬୯ ଜଣ ଦଖଲକାରୀଙ୍କୁ ଉଚ୍ଛେଦ କରାଯିବ । ଏହି ଜମି ଗୁଡିକ ପାୟ ସାକ୍ଷୀଗୋପିନାଥ ଦେବଙ୍କ ନାମରେ ରେକର୍ଡ ଥିବା ଜଣାପଡିଛି । ୧୧ ଏକର ୯୬୫ ଡିସିମିଲି ଜମି ଉପରୁ ପ୍ରଥମ ପର୍ଯ୍ୟାୟରେ ଉଚ୍ଚେଦ ହେବ ବୋଲି ଜଣାପଡିଛି । ଏହି ଜମି ଗୁଡିକ ଫୁଲଅଳସା ମୌଜାର ବିଭିନ୍ନ ଖାତାରେ ରହିଥିବା ଜଣାପଡିଛି । ଏହାକୁ ନେଇ ସାକ୍ଷୀଗୋପାଳ ମନ୍ଦିର ନିକଟରେ ସେବାୟତ ଓ ଭଡା ସୁତ୍ରରେ ଥିବା ବ୍ୟବସାୟୀ ମାନଙ୍କର ଚିନ୍ତାର କାରଣ ସାଜିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୪/୨୦୨୨----୬,୫୫ Sakhigopal News, 25/4/2022