Breaking News

ଅପହରଣ ପରେ ନାବାଳକକୁ ହତ୍ୟା

Juvenile homicide after abduction

 
ବଲାଙ୍ଗୀର:ଟିଟଲାଗଡ଼ ସହର ସିରଭଟାସ୍ଥିତ ରେଳବାଇ କର୍ମଚାରୀ ଦିଲ୍ଲୀପ କୁମାରଙ୍କ ଏକମାତ୍ର ନାବାଳକ ପୁଅର ମୃତଦେହ ଟିଟଲାଗଡ଼ ପୁଲିସ ଜବତ କରିଛି । ମୃତକ ଜଣକ ହେଲେ ମୋହନ କୁମାର(୧୩) ।ମିଳିଥିବା ରିପୋର୍ଟ ମୁତାବକ, ଗତ ଶନିବାର ମୋହନ ଘରୁ ଝାଙ୍କରପଡ଼ାକୁ ଟ୍ୟୁସନ ପାଇଁ ଯାଇ ଘରକୁ ଫେରି ନଥିଲେ । ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ମୋହନର ପତ୍ତା ନ ପାଇବାରୁ ଟିଟିଲାଗଡ଼ ଥାନାରେ ଏକ ମାମଲା ଦାୟର କରିଥିଲେ । ଅନ୍ୟପଟେ ପାଖରେ ଲାଗିଥିବା ଏକ ସିସିଟିଭି ଫୁଟେଜରେ ଜଣେ ଛାତ୍ର ସାଇକେଲ ଯୋଗେ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏନେଇ ଟିଟିଲାଗଡ଼ ପୁଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ୧୪ ଲକ୍ଷ ଟଙ୍କା ଦେଲେ ପୁଅକୁ ଛାଡ଼ିବା ନେଇ ମୋହନ ଧରିଥିବା ମୋବାଇଲ ଫୋନରୁ ବାର୍ତ୍ତା ଆସିଥିଲା । ପୁଲିସ ଆଜି ଅପହରଣ ଏବଂ ହତ୍ୟା ଅଭିଯୋଗରେ କେସିଙ୍ଗା ସହରରୁ ମୃତ ମୋହନର ସମ୍ପର୍କୀୟ ସୁମିତ ବିହାରୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ମୃତଦେହ ଜବତ କରିଛି ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୨୭/୪/୨୦୨୨----୧୦,୨୫ Sakhigopal News,27/4/2022

Blog Archive

Popular Posts