Breaking News

ନବଗ୍ରହ ପ୍ରତିଷ୍ଠା ସହ ଶ୍ରୀ ହନୁମାନ ବିଗ୍ରହ ଉତ୍ସବ ପାଳିତ

With the establishment of the new planet, the Hanuman idol festival is celebrated
ବରଗଡ଼---   ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଠାରେ ଓଁ ଶ୍ରୀ ଶ୍ରୀ ଶନିଶ୍ଚରାୟ ମନ୍ଦିର, ନବଗ୍ରହ ପ୍ରତିଷ୍ଠା ସହ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ। ଏହା ୨୦.୪.୨୨ ରୁ ୨୩.୪.୨୨ ପର୍ଯ୍ୟନ୍ତ ଚାଲିବ। ପ୍ରଭୁଙ୍କ ଶୁଭାଆଶୀର୍ବାଦ ପାଇବା ପାଇଁ ଉକ୍ତ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁମାନେ  ଯୋଗଦାନ କରିଛନ୍ତି। ଆଜି ସକାଳ ୮ଟାରେ କଳସ ଯାତ୍ରା ହୋଇ, ଯଜ୍ଞ, ଠାକୁର ସ୍ନାନ ହୋଇଛି। ଏଥିରେ ଗ୍ରାମର ବହୁ ସଂଖ୍ୟାରେ ମହିଳା ପୁରୁଷ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଆସନ୍ତା ୨୨.୪.୨୨ ବୁଧବାର ଦିନ ୯ ଟା ସମୟରେ  ବିଗ୍ରହ ମାନଙ୍କର ପୂଜା, ମହାସ୍ନାନ, ପ୍ରାଣପ୍ରତିଷ୍ଠା, ମନ୍ଦିର ପ୍ରତିଷ୍ଠା ହେବ। ୨୩.୪.୨୨ ଦିନ ଠାକୁରଙ୍କ ବିଶେଷ ହୋମ, ମନ୍ଦିର ପ୍ରବେଶ ଓ ପୂର୍ଣ୍ଣାହୁତି ହେବ। ଏହି ପ୍ରତିଷ୍ଠା ଉତ୍ସବ ରେ ଶ୍ରଦ୍ଧାଳୁ ଭକ୍ତମାନେ ଆସି ଯୋଗଦାନ କରି ଆଶୀର୍ବାଦ ନେବାକୁ ରେମଣ୍ଡା ଗ୍ରାମବାସୀ ଅନୁରୋଧ କରିଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୪/୨୦୨୨---୪,୧୫  Sakhigopal News,21/4/2022

Blog Archive

Popular Posts