ଅଳଗୁମ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ; ସାଣ୍ଢରାଶାସନ ଓ ନରେନ୍ଦ୍ରପୁର ଦଳ ବିଜୟୀ
Algum Premier League Cricket Match; Sandharasasan and Narendrapur are the winners
ସାକ୍ଷୀଗୋପାଳ ------ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜାଗେଶ୍ୱରୀ କ୍ରିକେଟ କ୍ଳବ ଅଳଗୁମ ୩୧ନଂ ଜୋନ ସ୍ତରୀୟ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅଳଗୁମ ଦକ୍ଷିଣବାଟି ଗ୍ରାମ ପଡିଆରେ ଚାଲିଛି । ମ୍ୟାଚର୯ମ ଦିବସରେ ଦୁଇଟି ମ୍ୟାଚ ଖେଳାଯାଉଛି । ପ୍ରଥମେ ଶୁକଳ ସହିତ ସାଣ୍ଡରାଶାସନ କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ଶୁକଳ କ୍ରିକେଟ ଦଳ ଟଚ ଜିତି ବ୍ୟାଟିଂ କରି ଦଳ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୩୯ ରନ କରିଥିଲା । ଜବବାରେ ସାଣ୍ଢରାଶାସନ ଦଳ ୪ ଓଭର ୨ ଉଇକେଟ ହରାଇ ୪୦ ରନ କରି ବିଜୟୀ ହୋଇଥିଲେ । ସେହିପରି ଦୁତୀୟ ମ୍ୟାଚ ନରେନ୍ଦ୍ରପୁର ସହିତ ମଧୁବନ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟଚ ଜିତି ମଧୁବନ ଦଳ ବ୍ୟାଟିଂ କରି ୧୦ ଓଭରରେ ୯ ଉଇକେଟ ହରାଇ ୩୮ ରନ କରିଥିଲା । ଜବାବରେ ନରେନ୍ଦ୍ରପୁର ଦଳ ୮ ଓଭର ୧ଟି ବଲରେ ୬ ଉଇକେଟ ହରାଇ ୩୯ ରନ କରି ବିଜୟୀ ହୋଇଥିଲା । ମ୍ୟାଚ ପରିଚାଳନା କରିଥିଲେ ଦେବୀଦତ୍ତ ମଲ୍ଲିକ ଓ ସତ୍ୟଜିତି ନାୟକ । ଅଳଗୁମ ଜାଗେଶ୍ୱରି ର୍କିକେଟ କ୍ଳବର ସଦସ୍ୟ ରିତିଶି ବିଶ୍ୱାଳ, ଆକାସ ମହାପାତ୍ର, ରାକେଶ ବିଶ୍ୱାଳ, ଓମପ୍ରକାଶ ମହାପାତ୍ର ଓ ଭକ୍ତ ଚରଣ ସେଠୀ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୫/୪/୨୦୨୨---୭,୧୦ Sakhigopal News, 25/4/2022