Breaking News

ବିଶ୍ଵ ପୃଥିବୀ ଦିବସ ଉପଲକ୍ଷେ ଅଣ୍ଡାରସିଂହଁ ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ରେ ବୃକ୍ଷ ରୋପଣ

 Earth Day celebrations at the Holy See
କଣାସ ----- ବିଶ୍ଵ ପୃଥିବୀ ଦିବସ ଉପଲକ୍ଷେ ଅଣ୍ଡାରସିଂହଁ ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ରେ ବୃକ୍ଷ ରୋପଣ ଏବଂ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଅଣ୍ଡାରସିଂହଁ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ସାମନ୍ତରାୟ,ସମାଜ ସେବି ଅମିତି ସାମନ୍ତରାୟ, ଶୁଭେନ୍ଦୁ ସାମନ୍ତରାୟ, ସୁବ୍ରତ ବରାଳ,ସୁଶୀଳ ମହାପାତ୍ର, ଅରବିନ୍ଦ ସାମନ୍ତରାୟ, ସଞ୍ଜିବି ବଳିଆରସିଂହଁ, ଦିଲ୍ଲୀପ ରାଉତରାୟ, ଧାଡ଼ିଆ ବରାଳ, ଅଣ୍ଡାରସିଂହଁ ଗ୍ରାମପଞ୍ଚାୟତର ଅନେକ ଜନସାଧାରଣ ଉପସ୍ଥିତ ରହିଥିଲେ ।   ସରପଞ୍ଚ ସସ୍ମିତା ସାମନ୍ତରାୟ  ବିଶ୍ଵ ଦିବସରେ ବାର୍ତ୍ତା ଦେଇଥିଲେ ବିଶ୍ୱ ପୃଥିବୀ ଦିବସ ରେ ସମସ୍ତ ଯୁବ ପୀଢ଼ି ଦେଶ ପ୍ରେମୀ ,ସମାଜ ସେବୀ ଭାଇ ଭଉଣୀ ମାନଙ୍କୁ ବିନମ୍ର ଅନୁରୋଧ କର୍ମ ମୟ ଜୀବନ ଭିତରେ ଟିକିଏ ସମୟ ମିଳିଲେ ଆମ ଭାରତ ମାଟି ମା  ଓ ବିଶ୍ଵ ର ପରିବେଶ କୁ ସୁସ୍ଥ ରଖିବା ପାଇଁ କିଛି କିଛି ବୃକ୍ଷ ରୋପଣ କରି ଟିକିଏ  ତାହାର ଯତ୍ନ ନିଅନ୍ତୁ ।  ଅନେକ ତତ୍ତ୍ୱ ରେ ଗଢ଼ା ଏ ଅନୁପମ ସୃଷ୍ଟିକୁ ବଞ୍ଚିବାର ଦାୟିତ୍ୱ ଆମ ସମସ୍ତଙ୍କର । ଆସନ୍ତୁ ସମସ୍ତେ ମିଶି ଫେରେଇ ଆଣିବା ଏକ ବ୍ୟାଧିଶୂନ୍ୟ ପୃଥିବୀ । କଣାସ ରୁ ସଂଜିବୀ ବଳିୟାରସିଂହ  ,୨୨/୪/୨୦୨୨---୮,୨୦ Sakhigopal News,22/4/2022

Blog Archive

Popular Posts