ଦୁଇ ମହିଳାଙ୍କ ମଧ୍ୟରେ ମାରପିଟ ଥାନାରେ ଦୁଇଟି ମାମଲା ରୁଜ
Two cases have been registered between the two women at the police station
ସାକ୍ଷୀଗୋପାଳ------ ସତ୍ୟବାଦୀ ଥାନା ଅନ୍ତର୍ଗତ ସଇଁତଳା ଗ୍ରାମର ପାର୍ବତୀ ସ୍ୱାଇଁ ଥାନାରେ ଅଭିଯୋଗ କରିଛନ୍ତି ଯେ ଆମର ନଣନ୍ଦ ଟୁନିମଣୀ ସ୍ୱାଇଁ ଦୁଗଲ ଗ୍ରାମରେ ବାହା ହୋଇଛନ୍ତି । ମୋ ଘର ଆଗରେ ଆସି ମୋ ନାମ ଧରି ବକାବନା କରିବାରୁ ମୁଁ ଏହାକୁ ବିରୋଧ କରିବାରୁ ଟୁନିମଣୀ ମତେ ମାଡ ମାରି ଆହତ କରି ଦେଇଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ପୋଲିସ ୧୨୧/୨୨ରେ ଏକ ମାମଲା ରୁଜ କରିଛନ୍ତି । ସେହିପରି ଟୁନିମଣୀ ସ୍ୱାଇଁ ଥାନାରେ ଏକ ଅଭିଯୋଗ କରିଛନ୍ତି ସେ ତାଙ୍କ ବାପା ଘରକୁ ଯାଇଥିବା ବେଳେ ତାଙ୍କ ବଡବାପାଙ୍କ ପୁଅଙ୍କ ସ୍ତ୍ରୀ ପାର୍ବତୀ ବରାଳ ମୋ ନାମ ଧରି ବିଭିନ୍ନ ଅସଭ୍ୟ ଭାଷାରେ ଗାଳିମନ୍ଦ କରିଥିଲେ । ଏହାକୁ ମୁଁ ବିରୋଧ କରିବାରୁ ମତେ ମାଡ ମାରିଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ୧୨୨/୨୨ରେ ଏକ କେସରୁଜ କରି ତଦନ୍ତ ଜାରି ରହିଥିବା ଥାନା ଆରକ୍ଷୀ ନିରୀକ୍ଷକ ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୨---୬,୫୦
Sakhigopal News, 23/4/2022