ଖୋର୍ଦ୍ଧାରୋଡ ଷ୍ଟେସନରୁ 4 ନାବାଳିକା ଉଦ୍ଧାର
4 minors rescued from Khordha Road station
ଜଟଣୀ--- ଖୋର୍ଦ୍ଧାରୋଡ ରେଳଷ୍ଟେସନର ପ୍ଲାଟଫର୍ମ ନଂ ୩ରେ ୪ଜଣ ନାବାଳିକା କୈାଣସି ବ୍ୟକ୍ତିକୁ ଖୋଜିବାରେ ବ୍ୟସ୍ତବିବ୍ରତ ଦେଖାଯାଉଥିଲେ । ତେବେ ଷ୍ଟେସନରେ ଡ୍ୟୁଟିରେ ଥିବା ରେଳପଥ ପୁଲିସ ଓ ରେଳସୁରକ୍ଷାବଳ କର୍ମଚାରୀମାନେ ନାବାଳିକାମାନଙ୍କୁ ସେମାନଙ୍କ ଗତିପଥ ସମନ୍ଧରେ ପଚରାଉଚରା କରିଥିଲେ । ମାତ୍ର ସେମାନଙ୍କୁ କେହିଜଣେ ବ୍ୟକ୍ତି ବିଭିନ୍ନ କାମରେ ନିୟୋଜିତ କରାଇବାଲାଗି ସେମାନଙ୍କୁ ପ୍ରତିଶୃତି ଦେଇ ଆଣିଥିଲା । ହେଲେ ଉକ୍ତ ବ୍ୟକ୍ତି ଜଣଙ୍କ ଆମକୁ ଛାଡି କେଉଁଆଡେ ଚାଲିଯାଇଛନ୍ତି । ତେଣୁ ପୁଲିସର ସନ୍ଦେହ ଯାତ ହେବା ସହିତ ତଦନ୍ତ କରିଥିଲା । ତଦନ୍ତପରେ ଉକ୍ତ ନାବାଳିକାମାନଙ୍କୁ ଆଣିଥିବା ଦଲାଲ ଫେରାର ହୋଇଯାଇଥିବା ବେଳେ ସ୍ୱାବଲମ୍ବି କରାଇବା ଆଳରେ ଯୁବତୀ ଚାଲାଣ କରିବା ଯୋଜନା କରିଥିବା ପୁଲିସ ଆଶଙ୍କା କରିଛି । ଅନ୍ୟପଟେ ଉଦ୍ଧାର କରାଯାଇଥିବା ନାବାଳିକମାନଙ୍କ ବୟସ ୧୩ରୁ ୧୪ ବର୍ଷ ମଧ୍ୟରେ ହେବ । ସେମାନଙ୍କ ଘର ଖୋର୍ଦ୍ଧାଜିଲାର ଟାଙ୍ଗୀ, ତଳବସ୍ତ,ବାଙ୍କି ଓ ଖୋର୍ଦ୍ଧା ସହରାଚଂଳରେ ବୋଲି ରେଳସୁରକ୍ଷାବଳ ପକ୍ଷରୁ ସୁଚନା ମିଳିଛି । ତେବେ ଏନେଇ ରେଳସୁରକ୍ଷାବଳ ଓ ରେଳପଥ ପୁଲିସ ଶିଶୁ ସୁରକ୍ଷା ସଂଗଠନ ‘ସୋଚ’କୁ ଉକ୍ତ ୪ଜଣ ନାବାଳିମାନଙ୍କୁ ହସ୍ତାନ୍ତର କରିଛି । ସେମାନଙ୍କ ପରିବାର ଲୋକମାନଙ୍କ ସହିତ ଆଲୋଚନା ପରେ ପରିବାର ଲୋକମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧୯/୪/୨୦୨୨---୯,୫୦ Sakhigopal News, 19/4/2022