Breaking News

ବନ୍ଧୁକ ଫୁଟାଇ ଖସିଗଲା ଜଣେ ଶିକାରୀ ; ଦୁଇ ଗିରଫ , 7 କିଲୋ କୁଟୁରା ମାଂସ ଜବତ

A hunter shot and fell; Two arrests, 7 kg of mutton seized

 
ଭଞ୍ଜନଗର---  ଜଙ୍ଗଲ ରେ ପଶି ବନ୍ୟଜନ୍ତୁ ଶିକାର କରି ଚମ୍ପଟ ମାରୁଥିବା ବେଳେ ବନବିଭାଗ ର ଚଢ଼ାଉ କରିଥିଲା । ଘଟଣା ସ୍ଥଳରେ ବନ୍ଧୁକ ଫୁଟାଇ ଜଣେ ଶିକାରୀ ଚମ୍ପଟ ମାରିବାକୁ ସକ୍ଷମ ହୋଇଥିବା ବେଳେ , ଆଉ ଦୁଇ ଶିକାରୀ ଙ୍କୁ ଗିରଫ କରିଛି ବନବିଭାଗ । ଘଟଣା ସ୍ଥଳରୁ ୭ କିଲୋ କୁଟୁରା ମାଂସ ଜବତ , ଗୋଟିଏ ମୋଟରସାଇକେଲ , ଛୁରୀ , ଟାଙ୍ଗିଆ ଓ ଲୁହାଛଡ଼ ଜବତ କରିଛି ପୋଲିସ । ଘଟଣା ଘଟିଛି ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅନ୍ତର୍ଗତ କୁଡୁତାଇ ଗାଁ ନିକଟରେ । ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ , ଉତ୍ତର ଘୁମୁସର ବନଖଣ୍ଡ , ଜଗନ୍ନାଥପ୍ରସାଦ ବନାଞ୍ଚଳ ର ଜଗନ୍ନାଥ ପ୍ରସାଦ ସଂରକ୍ଷିତ ଜଙ୍ଗଲ ଭାଗ ନଂ ୧୦ ରେ ପଶି କିଛି ଦୁର୍ବୃତ ବନ୍ୟଜନ୍ତୁ ଶିକାର କରୁଥିବା  ସୂଚନା ମିଳିଥିଲା ବନବିଭାଗ । ବନଖଣ୍ଡିୟ ଅଧିକାରୀ ଅଭୟ କୁମାର ଦଳାଇ ଙ୍କ ନିର୍ଦ୍ଦଶ କ୍ରମେ ଜଗନ୍ନାଥ ପ୍ରସାଦ ରେଞ୍ଜର ଉମାକାନ୍ତ ଦାସ୍ ଙ୍କ ନେତୃତ୍ବରେ ଏକ ଟିମ୍ ଚଢାଉ କରିଥିଲେ ।  କୁଡୁତାଇ ଗାଁ ନିକଟରେ ଦୁଇଟି ମୋଟର ସାଇକେଲ ରେ ଯାଉଥିବା ୩ ଜଣ ଶିକାରୀଙ୍କୁ ଧରିବା ପାଇଁ ଚଢ଼ାଉ କରିଥିଲେ ବନବିଭାଗ ଟିମ୍ । ଘଟଣା ସ୍ଥଳରେ ଗୋଟିଏ ମୋଟରସାଇକେଲ ରେ ଜଣେ ଶିକାରୀ , ଧରିଥିବା ବନ୍ଧୁକ ଫୁଟାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଅନ୍ୟ ଏକ ମୋଟର ସାଇକେଲରେ ଥିବା ଦୁଇ ଶିକାରୀଙ୍କୁ କାବୁ କରି ଗିରଫ କରିଛି ବନବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ , ତାରାସିଂ ଥାନା ଅନ୍ତର୍ଗତ ହରିଡାପଦର ଗ୍ରାମର ସୁବାଷ ଦୋଷନ୍ଧି(୬୨) ଏବଂ ରବିନ୍ଦ୍ର ନାୟକ(୪୦) । ସେମାନଙ୍କ ଠାରୁ ଏକ ମୋଟରସାଇକେଲ , ଗାଡ଼ି ନଂ - ଓ ଆର୍ ୦୭ ଏକ୍ସ୍ ୪୬୫୧ କୁ ଜବତ କରିବା ସହ ସେମାନଙ୍କ ଠାରୁ ୭ କିଲୋ କୁଟୁରା ମାଂସ ମଧ୍ୟ ଜବତ କରାଯାଇଥିଲା । ଏହାସହ ଛୁରୀ , ଟାଙ୍ଗିଆ , ଗନ୍ ପାଉଡର୍ , ଲୁହାଛଡ଼ , ଜରିବ୍ୟାଗ୍ ,  ଟର୍ଚ୍ଚ  ଓ କୁଟୁରା ଛାଲ ଜବତ ହୋଇଥିଲା । ଗିରଫ ଅଭିଯୁକ୍ତ ମାନେ ପେଶାଦାର ଶିକାରୀ ହୋଇଥିବା ବେଳେ , ଫେରାର ଅଭିଯୁକ୍ତ କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ବନବିଭାଗ । ଏହି ଚଢ଼ାଉ ରେ ଜଗନ୍ନାଥ ପ୍ରସାଦ ରେଞ୍ଜର ଉମାକାନ୍ତ ଦାସ୍ ଙ୍କ ସମେତ , ବନପାଳ - ଈଶା ଗଣେଶ , ବେଲଗୁଣ୍ଠା ବନପାଳ ସୁରଜ୍ ତ୍ରିପାଠୀ , ବନରକ୍ଷୀ - ବିନୋଦ ପାତ୍ର , ଗେରେଡା ବନପାଳ- କଳାବଦନ ଦାସ ଙ୍କ ସମେତ ଅନ୍ୟ ବନକର୍ମଚାରୀ ଓ ସ୍କ୍ୱାର୍ଡ ଟିମ୍ ସାମିଲ ହୋଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦,୪୦   Sakhigopal News,24/4/2022

Blog Archive

Popular Posts