ଧରାକୋଟ ଆମ ପୋଲିସ ସମିତି ର ରକ୍ତଦାନ ଶିବିର; ୧୨୧ ୟୁନିଟ ରକ୍ତ ସଂଗୃହୀତ
Dharakot is the blood donation camp of our police committee; 121 units of blood were collected
ଧରାକୋଟ ----- ଧରାକୋଟ ଥାନା ପରିସରରେ ଆମ ପୋଲିସ ସମିତି ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର କୁ ଧରାକୋଟ ଥାନା ଅଧିକାରୀ ଉମାକାନ୍ତ ସାହୁ ପରିଚାଳନା କରି ଥିଲେ । ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ଵାଇଁ ଉଦଘାଟନ କରିଥିଲେ। ଅତିଥି ରୂପେ IPS ଅଧିକାରୀ ନାଚିକେତା ସିଲକି ,ଆସିକା ଉପଖଣ୍ଡ ଥାନା ଅଧିକାରୀ ଉମାଶଙ୍କର ସିଂ , ବିଡ଼ିଓ ଡେନିଷ ବେହେରା, ତହସିଲଦାର କବିରାଜ ପ୍ରଧାନ, ସୋରଦା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଅଧ୍ୟକ୍ଷ ଅକ୍ଷୟ ପଟ୍ଟନାୟକ ,ABEO ପ୍ରୀଦୀପ କୁମାର ହୋତା ,ଉମଚରଣ ପାଣିଗ୍ରାହୀ, ବୁଚିରାଓ ଦୋରା, ଶିକ୍ଷାବୀତ ବିମଳ ପ୍ରସାଦ ପଟ୍ଟନାୟକ, ଡକ୍ଟର ସଚ୍ଚିଦାନନ୍ଦ ବିଶୋଇ, BPC ନୀଳାଚଳ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।ଆଜି ର ଶିବିରରୁ ମୋଟ ୧୨୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଖରା କୁ ନ ଡରି ବିଭିନ୍ନ ପଞ୍ଚାୟତ ରୁ ପୁରୁଷ ଓ ମହିଳା ମାନେ ସ୍ୱେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଅନନ୍ତ ନାରାୟଣ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସତ୍ୟସାଇ ସେବା ଗ୍ରୁପ ଧରାକୋଟ ର ଶିବପ୍ରସାଦ ମହାନ୍ତି, ଗଗନ ବିହାରୀ ସ୍ଵାଇଁ,ଭଗବାନ ପାଣିଗ୍ରାହୀ, ଘନଶ୍ୟାମ ଗୌଡ଼,ଅଶୋକ ଦାସ ,ଲୋକନାଥ ଦାସ , ପ୍ରେସକ୍ଲୁବ ତରଫରୁ ସମ୍ବାଦିକ ହୃଦାନନ୍ଦ ଜେନା, ବିଷ୍ଣୁ କେଶରୀ ଆଚାର୍ଯ୍ୟ, ରୁଦ୍ର ନାରାୟଣ ପଣ୍ଡା, ଶିଶିର କୁମାର ମହାନ୍ତି, ଗିରିଜା ପ୍ରସାଦ ରଥ, ଅଶେଷ ପାତ୍ର,ମନୋଜ ଗୌଡ଼ ,ରବିନନ୍ଦନ ପ୍ରଧାନ,କାଳୁଚରଣ ମହାପାତ୍ର, ଜଗନ୍ନାଥ ପଣ୍ଡା,ଶ୍ରୀକାନ୍ତ ସାବତ ପ୍ରମୂଖ ସହଯୋଗ ପ୍ରଦାନ କରିଥିଲେ।ଅବସର ପ୍ରାପ୍ତ ଶିକ୍ଷକ ସୂର୍ଯ୍ୟ ନାରାୟଣ ସାହୁ ମ୍ୟୁଜିକ ପରିବେଷଣ କରିଥିଲେ।CRCC ଭାସ୍କର ବଦତ୍ୟ ପ୍ରଥମେ ରକ୍ତଦାନ କରିଥିବା ବେଳେ ଥାନା ର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।
ଧରାକୋଟ ରୁ ଅଶେଷ ପାତ୍ର ଙ୍କ ରିପୋର୍ଟ,୧୭/୪/୨୦୨୨---୧୦,୫୬ Sakhigopal News,17/4/2022