ସତ୍ୟବାଦୀର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
Bijubabu, the proverbial man, has celebrated his birthday in various parts of Satyavadi
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ ପରିସରରେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ବିଜୁବାବୁଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଆଶ୍ରମ ପରିସରରରେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟର୍ପଣ କରାଯିବା ସହ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରାଯାଇଥିଲା । ଅନୁଷ୍ଠିତ ସଭାରେ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ସଭାପତିତ୍ୱ କରି କହିଥିଲେ ଯେ ଓଡିଆ ଜାତିର ସ୍ୱାଭିମାନ, ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁବାବୁ । ଓଡିଆ ଜାତିକୁ ବିଶ୍ୱଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସେ ହେଉଛନ୍ତି ମୁଖ୍ୟ । ଓଡିଶାର ୧୩ ଜିଲ୍ଲାରୁ ୩୦ ଜିଲ୍ଲାକୁ ୧୯୯୦ ମସିହାରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ କରିଥିଲେ । ସେତିକି ନୁହେଁ ମହିଳା ମାନଙ୍କ ପାଇଁ ସରକାରୀ ଚାକିରିରେ ସ୍ଥାନ ସଯରକ୍ଷଣ , ପଞ୍ଚାୟତ ଓ ପୌର ନିର୍ବାଚନରେ ବି ମହିଳା ମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରି ସାର ଦେଶରେ ହଇଚଇ ସୃଷ୍ଟି କରି ଦେଇଥିଲେ ବୋଲି ଶ୍ରୀ ପଣ୍ଡା କହିଥଲେ । ଅନ୍ୟ ମାନଙ୍କ ମଧ୍ୟରେ ନୂଆସମେଶ୍ୱରପୁର ସମିତିସଭ୍ୟା ଜ୍ୟୋତିମୟୀ ପଣ୍ଡା, ବୀରରାମଚନ୍ଦ୍ରପୁର ସମିତିସଭ୍ୟ କିଶୋର ଭୋଇ, ବ୍ଳକ ଯୁବ ବିଜେଡି ସଭାପତି ଶରତ ରାଉତରାୟ, କାଦୁଆ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ବାଉରୀ ବନ୍ଧୁ ମହାପାତ୍ର, ଆଇନଜୀବୀ ଦେବଦତ୍ତ ସାମନ୍ତରାୟ, ସୁବାଷ ପ୍ରଧାନ ରବି ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଗବକୁଣ୍ଡ ଠାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସଭାପତି ତଥା ଆଇନଜୀବୀ ଗୋପିନାଥ ମିଶ୍ର ଯୋଗଦେଇ ପ୍ରତ୍ୟେକ ଚାଷୀ ବିଜୁବାବୁଙ୍କ ପରି ଲଢ଼ୁଆ ମନୋବୃତ୍ତି ରଖି ଚାଷ କରିବା ସହ ଚାଷି ସଂଗଠନ ପାଇଁ କାର୍ଯ୍ୟ କରିବା ଦରକାର ବୋଲି ଶ୍ରୀ ମିଶ୍ର ମତ ପ୍ରକାଶ କରିଥିଷଲ । ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଠା ମଣ୍ଡଳୀର ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ସମ୍ପାଦକ ଉଗ୍ରସେନ ବିଶ୍ୱାଳ, ପ୍ରତାପ ପାଇକରାୟ, ମୋନଦ ଚରଣ ଦୀକ୍ଷତି ପ୍ରମୁଖ ଯୋଗଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୪/୨୦୨୨----୫,୪୦
Sakhigopal News and Photo, 17/4/2022