Breaking News

ଚୈତ୍ର ପୂର୍ଣ୍ଣମୀ ଦିନରେ ମା ବିନ୍ଧ୍ୟବାସିନୀଙ୍କ ଯାତ୍ରା ଅନୁଷ୍ଠିତ

 On the full moon day of Chaitra, the journey of Mother Vindhyabasini takes place.
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଅଧିଷ୍ଠାତ୍ରୀ ଦେବୀ ମା ବିନ୍ଧ୍ୟବାସିନୀ ଚୈତ୍ର ପୂର୍ଣ୍ଣମୀ ଦିନରେ ବିନ୍ଧ୍ୟବାସିନୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗତ ଦୁଇ ବର୍ଷ କରୋନା ମହାମାରୀ ଯୋଗୁଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା। ଏବର୍ଷ କଟକଣା କୋହଳ ଥିବାରୁ ଶ୍ରଦ୍ଧାଳୁ, ଭକ୍ତ ମାନଙ୍କ  ପାଇଁ ଦର୍ଶନ ରହିଥିଲା ।  ଫଳରେ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଦର୍ଶନ କରିବା ପାଇଁ ସୁଯୋଗ ପାଇଥିଲେ। ଆଜି ରାତ୍ରି ୨ଟା ରୁ ଡାଲବ ପଞ୍ଚାୟତ ର ବାନିପାଲି ରୁ ମାଁ ବିନ୍ଧ୍ୟବାସିନୀଙ୍କ  ଛତର ଆସି ସଂକ୍ରିଡା ତିନିମୁଡି ଛକରେ ବେହେରା ପରିବାର ବରଣ କରିଥିଲେ। ପରେ ଝାଙ୍କର ଉଦ୍ଧବ ଧରେଇ ଓ ମାଧବ ଧରେଇ ମାଁ ବିନ୍ଧ୍ୟବାସିନୀ ଦେବୀ ପୀଠକୁ ନେଇଥିଲେ। ସେଠାରେ ମୁଖ୍ୟ ପୁରୋହିତ ଦୁଃଖୀ ଶ୍ଯାମ ମିଶ୍ର, ଉଦିତ ବେହେରା, ଶଙ୍କର ବେହେରା, ଧ୍ରୁବରାଜ ପୁରୋହିତ ଶୁଶିଲ ପାଢୀ ପ୍ରମୁଖ ଚଣ୍ଡିପାଠ ଓ ହେମଯଙ୍୍ଗ ହୋଇ ପୂଜା କାର୍ଯ୍ୟ ହୋଇଥିଲା। ଏଥିରେ ମାଁ ବିନ୍ଧ୍ୟବାସିନୀ ଟ୍ରଷ୍ଟ ସଭାପତି ସତ୍ୟଜିତ ପୁରୋହିତ, ଉଦିତ ବେହେରା, ଉଦୟ ପୁରୋହିତ, ଅରବିନ୍ଦ ସୁଆର, ଜ୍ଞାନ ପୁରୋହିତ, ଦେବେନ୍ଦ୍ର ପୁରୋହିତ, ପ୍ରକାଶ ପୁରୋହିତ, କାହ୍ନୁ ଭୋସାଗର, ନରେନ୍ ପଞ୍ଚବିହାର ସଂକ୍ରିଡା ପୂର୍ବତନ ସରପଂଚ ଶୁସାନ୍ତ କୁମାର ସାହୁ ବର୍ତ୍ତମାନ ସରପଞ୍ଚ ଜୟନ୍ତୀ ସେଠ, ସମିତି ସଭ୍ୟ ଚାଷୀଗିରି ନଈ ଓ ସଂକ୍ରିଡା ଗ୍ରାମର ବହୁ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିିଥିଲେେ। ପ୍ରଶାସନ ପକ୍ଷରୁ ଭେଡେନ ତହସିଲଦାର ଅନୀଲ କୁମାର ହୋତା, ଭେଡେନ ଥାନା ର ଆଇଆଇସି ସଂଗିତା ମହାପାତ୍ର  ସମେତ ଭେଡେନ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିଲା
। ଏହା ସହିତ ବରଗଡ ଉପଜିଲ୍ଲାପାଳ, ବରଗଡ ପୋଲିସ ବିଭାଗ ର ଏସ ଡି ପି ଓ ମଧ୍ଯ ଆସି ଥିଲେ । ଶାନ୍ତି ଶୃଙ୍ଖଳାର ନିରୀକ୍ଷଣ କରି ଥିଲେ। ଏହା ସହିତ କୋଶଲ ସେନା ପକ୍ଷରୁ ଅବିନାଶ ବିଶିଙ୍କ  ତତ୍ବାବଧାନରେ  ଥଣ୍ଡା ପାନୀୟ ଜଳର  ବନ୍ଦୋବସ୍ତ କରାଯାଇଥିଲା ଓ ଝରାପାଲି ଲାୟନ୍ସ କ୍ଲବ, ଥୁଆପାଲି ପକ୍ଷରୁ ଅନ୍ନ ପ୍ରସାଦ, ସରବତ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା। ଜନସାଧାରଣ ଙ୍କ ସୁବିଧା ନିମନ୍ତେ ବହୁ ଦୋକାନ ବଜାର ବସିଥିଲା। ହଜାର ହଜାର ସଂଖ୍ୟାରେ ଭକ୍ତ ଆସି ମାଁ ବିନ୍ଧ୍ୟବାସିନୀଙ୍କୁ ଦେବୀ ଦର୍ଶନ  କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୪/୨୦୨୨----୧୦,୧୦ Sakhigopal News,16/4/2022

Blog Archive

Popular Posts