୩୧ନଂ ଜୋନ ସ୍ତରୀୟ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ; ବୀରରାମଚନ୍ଦ୍ରପୁର ଓ ନୂଆସମେଶ୍ୱରପୁର ଦଳ ବିଜୟୀ
Zone 31 Premier League Cricket Match; Birramchandrapur and Nuasameshwarpur are the winners.
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜାଗେଶ୍ୱରୀ କ୍ରିକେଟ କ୍ଳବ ଅଳଗୁମ ୩୧ନଂ ଜୋନ ସ୍ତରୀୟ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅଳଗୁମ ଦକ୍ଷିଣବାଟି ଗ୍ରାମ ପଡିଆରେ ଅନୁଷ୍ଠିତ ହେଉଛି । ମ୍ୟାଚର୭ମ ଦିବସରେ ଦୁଇଟି ମ୍ୟାଚ ଖେଳାଯାଉଛି । ପ୍ରଥମେ ଅଳଗୁମ ସହିତ ନୂଆସମେଶ୍ୱରପୁର କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ଅଳଗୁମ କ୍ରିକେଟ ଦଳ ଟଚ ଜିତି ନୂଆସମେଶ୍ୱରପୁର ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ନୂଆସମେଶ୍ୱରପୁର ଦଳ ୧୦ ଓଭରରେ ୭ ଉଇକେଟ ହରାଇ ୮୫ ରନ କରିଥିଲା । ଜବବାରେ ଅଳଗୁମ ଦଳ ୧୦ ଓଭର ୩ ଉଇକେଟ ହରାଇ ୭୨ରନ କରିଥିଲେ । ସେହିପରି ଦୁତୀୟ ମ୍ୟାଚ ବୀରରାମଚନ୍ଦ୍ରପୁର ସହିତ ସାଣ୍ଡରା କ୍ରିକେଟ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟଚ ଜିତି ସାଣ୍ଡରା ଦଳ ବ୍ୟାଟିଂ କରି ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୪୭ ରନ କରିଥିଲା । ଜବାବରେ ବୀରରାମଚନ୍ଦ୍ରପୁର ଦଳ ୮ ଓଭର ୨ଟି ବଲରେ ୬ ଉଇକେଟ ହରାଇ ୪୮ ରନ କରି ବିଜୟୀ ହୋଇଥିଲା । ମ୍ୟାଚ ପରିଚାଳନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଦାସ ଓ ଦେବେନ୍ଦ୍ର ବେହେରା । ଅଳଗୁମ ଜାଗେଶ୍ୱରି ର୍କିକେଟ କ୍ଳବର ସଦସ୍ୟ ଭକ୍ତ ଚରଣ ସେଠୀ, ସତ୍ୟବତ୍ର ବିଶ୍ୱାଳ, ଦେବାଶିଷ ପଣ୍ଡା, ଶକ୍ତି ମଲିକ ଓବିଦ୍ୟାଜ୍ୟୋତି ମଲିକ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୨---୬,୫୦
Sakhigopal News, 23/4/2022