Breaking News

ବସ୍ ରୁ ଓହ୍ଲାଉଥିବା ବେଳେ ଚକାତଳେ ପଡ଼ି ମହିଳାଙ୍କର ମୃତ୍ୟୁ

The woman died after falling from a bus while getting off the bus
   ଭଞ୍ଜନଗର--ଜଣେ ସମ୍ପର୍କୀୟଙ୍କ ସୁଧକାର୍ଯ୍ୟରେ ଯୋଗ ଦେବାପାଇଁ ଘରୁ ବାହାରି ବସ୍ ରେ ଯାଉଥିଲେ । କିଛି ସମୟପରେ ପହଞ୍ଚିଥାନ୍ତେ ।  ବସ୍ ରୁ ଓହ୍ଲାଉଥିବା ବେଳେ ଖସିପଡିଲେ । ବସର ଚକା ତାଙ୍କ  ଉପରେ ଚଡିଯିବାରୁ ମହିଳା ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି  । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ , ସୋରଡା-ଭଜନଗର ରାସ୍ତା ର ମରେଇପାଟ ଗାଁ ଛକ ନିକଟରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ବଡଗଡ ଥାନା ଅନ୍ତର୍ଗତ , ବାଦପୁର ଗ୍ରାମର ଅସ୍ତମା ନାୟକ (୪୫) । ସୂଚନା ପ୍ରକାରେ ବାଦପୁର ଗ୍ରାମରୁ ବାହାରି ସୋରଡା ରୁ ଭଂଜନଗର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ରେ ଅସ୍ତମା ନାୟକ ଏବଂ ସ୍ବାମୀ ମୋହନ ନାୟକ  ମରେଇପାଟ ଗାଁ କୁ ଯାଉଥିଲେ । ସେଠାରେ ଜଣେ ସଂପର୍କୀୟ ଙ୍କ ସୁଧ କାର୍ଯ୍ୟ ରେ  ଯୋଗଦେଇଥାନ୍ତେ । ହେଲେ ମରାଇପାଟ ଛକ ନିକଟରେ ବସ୍ ରୁ ଓହ୍ଲାଉଥିବା ବେଳେ  ଖସି ପଡିଥିଲେ  ମହିଳା। ବସ୍ ର ପଛ ଚକରେ ପଡିଯିବାରୁ , ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଶୁକ୍ରବାର ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିଥିବା ବେଳେ  ଘଟଣା ସ୍ଥଳରୁ ବସ୍ ର ଡ୍ରାଇଭର ଓ କର୍ମଚାରୀ ମାନେ ଫେରାର ହୋଇଯାଇଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ  ମରାଇପାଟ  ନିକଟରେ ରାସ୍ତା ଅବରୋଧ କରିଥିଲେ । ଫଳରେ ସୋରଡା - ଭଂଜନଗର ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ମୃତ ଦେହ କୁ ଜବତ କରି ଘଟଣା ର ତଦନ୍ତ କରିବା ସହ ସଂପୃକ୍ତ ବସ୍ କୁ ଜବତ କରିଛି ପୋଲିସ । ଏନେଇ ଗାଙ୍ଗପୁର ଥାନା ରେ ଏକ ମାମଲା ରୁଜୁ ହୋଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୪/୨୦୨୨---୧୦,୧୦   Sakhigopal News 29(4/2022

Blog Archive

Popular Posts