Breaking News

ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନାହିଁ ସରକାରି ଜମି ; ସାମାଜିକ ଅନୁଷ୍ଠାନର ଜମି ଜବରଦଖଲ ଅଭିଯୋଗ



ଜଟଣୀ :----- ଜଟଣୀ ପୌରାଞ୍ଚଳରେ ସରକାରି ଜମି ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଥିବା ଶହଶହ ଏକର ଜମି ଗୁଡ଼ିକ ଦଲାଲ ଓ ମାଫିଆଙ୍କ କବଜାରେ ରହି ଶାଗମାଛ ଦରରେ ବିକ୍ରି ହେଉଛି । ପ୍ରଶାସନ ଏ ଦିଗରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ଅସହାୟ ହୋଇପଡିଛି l ତେବେ ବର୍ଷ ବର୍ଷ ଧରି ଏହି ଜମି ଜବରଦଖଲ ଓ କିଣାବିକା ଏକ ପ୍ରକାର ରୀତିମତ ଅଭ୍ୟାସରେ ପରିଣତ ହୋଇଥିବା ପରିଲକ୍ଷିତ ହେଉଛି l ନିର୍ଦ୍ଧିଷ୍ଠ ଦଲାଲ ମାନେ ଗୋଷ୍ଠୀ ଗଢି ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କୁ ପ୍ରଲୋଭିତ କରାଇ କମିଶନି କାରବାର ମଧ୍ୟରେ ବେଶ୍ ଲାଭାନ୍ୱିତ ହେବା ସହିତ ବିଭାଗୀୟ ତଳ ସ୍ତରରେ ଥିବା କର୍ମଚାରୀ ମାନଙ୍କୁ ହାତଗୁଞ୍ଜା ଦେଇ ହାତରେ ରଖିଛନ୍ତି l ପୌରାଞ୍ଚଳରେ ସରକାରି ପ୍ରକଳ୍ପ ହେଉ ବା ସମାଜିକ ଅନୁଷ୍ଠାନ ମାନଙ୍କର କାର୍ଯ୍ୟାଳୟ ନିର୍ମାଣ ପାଇଁ ସରକାରୀ ଜମିର ଅଭାବ ପରିଲକ୍ଷିତ ହେଉଛି । ଏହା ସତ୍ଵେ ପ୍ରଶାସନର ନିଦ୍ରା ଭଙ୍ଗ ହେଉନାହିଁ l ଏହି ପରିପ୍ରେକ୍ଷୀରେ କିଛିମାସ ତଳେ ଶ୍ରୀ ଜଗନ୍ନାଥ ଆଦର୍ଶ ବସ୍ତିରେ ଅଙ୍ଗନବାଡି ପାଇଁ ସରଂକ୍ଷଣ ଥିବା ଜମିରେ ଜୋରଜବରଦସ୍ତ ବାସଗୃହ ନିର୍ମାଣ, ସୁରକ୍ଷା ମଞ୍ଚର ଦଖଲରେ ଥିବା ଜମିରେ ଡ୍ରେନ ନିର୍ମାଣ ଓ ସଦ୍ୟତମ ଅଭିଯୋଗ କ୍ରମେ ସମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ନାମରେ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ଜମିରେ ଜମି ମାଫିଆ ଜବରଦଖଲ କରି ବେଆଇନ୍ ନିର୍ମାଣ କାର୍ଯ୍ଯ ଆରମ୍ଭ କରିଥିବା ଅଭିଯୋଗ  ହୋଇଛି । ଏ ନେଇ ଅନୁଷ୍ଠାନ ପକ୍ଷରୁ ଜଟଣୀ ତହସିଲଦାର ଓ ଥାନାଧିକାରୀଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି l ସୂଚନା ମୁତାବକ ୨୦୨୧ ମସିହାରେ ଅନୁଷ୍ଠାନ ପକ୍ଷରୁ ତହସିଲ ପ୍ରଶାସନ ଓ ପରେ ଭୁବନେଶ୍ବର ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅନୁଷ୍ଠାନର ଏକ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ପାଇଁ ଆବଶ୍ୟକ ସରକାରି ଜମି ପାଇଁ ଆବେଦନ କରାଯାଇଥିଲା l ଏହାପରେ ତହସିଲ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇ ରାଜସ୍ୱ ନିରୀକ୍ଷକଙ୍କ ପକ୍ଷରୁ ଗତ ୨୦୨୨ ମସିହାରେ ରାମଚନ୍ଦ୍ରପୁର ମୌଜାର ଖାତା ନମ୍ବର୍ ୨୮୫, ପ୍ଳଟ ନଂ ୧୪୧ର ଏରିଆ ୦.୫ଜମି, କିସମ ପୁରାତନ ପତିତ ଚିହ୍ନଟ କରାଯାଇ କାର୍ଯ୍ୟାଳୟର ପରାମର୍ଶ କ୍ରମେ ଅନୁଷ୍ଠାନ ପକ୍ଷରୁ ଆବେଦନ ଫର୍ମରେ ଆବଶ୍ୟକୀୟ କୋର୍ଟ ଫି ଲଗାଇ ସତ୍ୟପାଠ ଦାଖଲ କରାଯାଇଥିଲା l ଏହା ମଧ୍ୟରେ ତତ୍କାଳୀନ ବିଧାୟକଙ୍କ ହାତ ପାଣ୍ଠିରୁ ଅନୁଷ୍ଠାନର ଗୃହ ନିର୍ମାଣ ପାଇଁ ୨୦୨୪ ମସିହାରେ ୱାର୍କ ଅର୍ଡ଼ର ମଧ୍ଯ ପ୍ରଦାନ କରାଯାଇଥିଲା l ଯାହାଫଳରେ ଅଳ୍ପ କିଛି କାର୍ଯ୍ୟ କରାଯାଇ ଅଧିକ ଅନୁଦାନ ରାଶି ଯୋଗାଡରେ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ ଜାରି ରହିଥିଲା l ଏହାର ସୁଯୋଗରେ ଉକ୍ତ ଅଞ୍ଚଳରେ ପୂର୍ବରୁ ସକ୍ରିୟ ଥିବା ସରକାରି ଜମି ଦଲାଲ ମାନେ ବେଆଇନ୍ ଭାବେ ଉକ୍ତ ଜମି ଉପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ l ଅନ୍ୟ ପକ୍ଷରେ ଜମି ମାଫିଆଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଉଥିବା ବେଳେ ଅନୁଷ୍ଠାନ ପକ୍ଷରୁ ଉଚିତ୍ ନ୍ୟାୟ ପାଇବା ସହିତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଥିବା ଜଣାପଡିଛି l ଅପରପକ୍ଷେ ଦେଖିବାକୁ ବାକି ରହିଲା ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ କିଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l ଡବଲ ଇଞ୍ଜିନି ସରକାରଙ୍କ ସମୟରେ ଜଟଣୀରେ ଜମି ମାଫିଆ ଙ୍କ ଠାରୁ ବିଭିନ୍ନ ଦଲାଲ ମାନେ ସକ୍ରିୟ ହୋଇପଡ଼ିଥିବା ଜନସାଧାରଣରେ ଆଲୋଚନା ହେଉଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୭/୨୦୨୫----୯,୫୦ Sakhigopal News,26/7/2025

Blog Archive

Popular Posts