Breaking News

ପ୍ରଥମ ଡି ଆର୍ ଏମ୍ କପ୍ ଆନ୍ତର୍ବିଭାଗୀୟ ଦିବା ରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ; ମେକାନିକାଲ ବିଭାଗ ଚମ୍ପିୟାନ

First DRM Cup Inter-Divisional Night Night Football Tournament; Mechanical Department Champion

ଜଟଣୀ --ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ବିଭାଗ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ରେ ମେକାନିକାଲ ବିଭାଗ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଛି ।
 20 ଏପ୍ରିଲ 2022 ରେ ଖୋର୍ଦ୍ଧା ରୋଡ୍ ରେଲୱେ ଷ୍ଟାଡିୟମ ରେ, ପ୍ରଥମ ଡି ଆର୍ ଏମ୍ କପ୍ ଆନ୍ତର୍ବିଭାଗୀୟ ଦିବା ରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ର 11 ଟି ବିଭାଗ ଅଂଶଗ୍ରହଣ କରିଥିଲେ । ସମସ୍ତ ବିଭାଗ ମଧ୍ୟରେ ମୋଟ 10 ଟି ଲିଗ୍ ମ୍ୟାଚ୍ ଏବଂ ଦୁଇଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇ ଥିଲା । ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ବିଭାଗ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଥିଲା । ମ୍ୟାଚରେ ମେକାନିକାଲ ବିଭାଗ ବିଜୟୀ ହୋଇଥିଲେ।  ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ବିଜେତା ତଥା ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରାଯାଇଥିଲା । ଶ୍ରୀ ରିଙ୍କେଶ ରୟ ବିଜେତା ଖେଳାଳୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ଜୀବନର ସମସ୍ତ କ୍ଷେତ୍ରରେ କ୍ରୀଡ଼ାବିତ୍ ମନୋଭାବକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ।
ମ୍ୟାନ୍ ଅଫ୍ ଦି ସିରିଜ୍ ଟ୍ରଫି  ମେକାନିକାଲ ବିଭାଗର ଶ୍ରୀ ଏନ୍ ସୁନୀଲ, ଇଞ୍ଜିନିୟରିଂ ବିଭାଗର ଶ୍ରୀ  ସଂଜିତ୍ ପନା ଶ୍ରେଷ୍ଠ ସ୍କୋରେର ଟ୍ରଫି, ବିଦ୍ୟୁତ୍ ବିଭାଗର ଶ୍ରୀ ବ୍ଲାକୀ ଲାକ୍ରା ଶ୍ରେଷ୍ଠ   ଡିଫେନ୍ସ ଟ୍ରଫି ଏବଂ ବିଦ୍ୟୁତ୍ ବିଭାଗର ଶ୍ରୀ ଆର୍ ସି ହେଚ ପାଇକରାୟ ଶ୍ରେଷ୍ଠ   ଗୋଲ୍ କିପର୍ ଟ୍ରଫି ଜିତିଛନ୍ତି । ଟୁର୍ଣ୍ଣାମେଣ୍ଟରେ ସର୍ବୋତ୍ତମ ଅନୁଶାସନ ଦଳ ଭାବରେ  କର୍ମିକ ବିଭାଗକୁ ଟ୍ରଫି ପ୍ରଦାନ କରାଯାଇଛି । ପୂର୍ବତଟ ରେଳର ମହିଳା କଲ୍ୟାଣ ସଂଗଠନ (ECORWWO) ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଅଶୋକ କୁମାର, ପୂର୍ବ ତଟ ରେଳ ମହିଳା କଲ୍ୟାଣ ସ°ଗଠନ ର ସଦସ୍ୟ,  ଅନ୍ୟ ଶାଖା ଅଧିକାରୀ ଏବଂ କର୍ମଚାରୀ ମାନେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
 ପ୍ରଥମ ଡି ଆର୍ ଏମ୍ କପ୍ ଆନ୍ତର୍ବିଭାଗୀୟ ଦିବା ରାତ୍ର ଫୁଟବଲ ଟୁର୍ନାମେଣ୍ଟ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅମିତେଶ ଆନନ୍ଦଙ୍କ ନେତୃତ୍ୱ ତଥା ନିର୍ଦ୍ଦେଶନାରେ ପରିଚାଳିତ ହୋଇଛି । ସମସ୍ତ ଟୁର୍ନାମେଣ୍ଟ ଗୁଡ଼ିକ, କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧା ରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୪/୨୦୨୨----୧୦,୦୫  Sakhigopal News,27/4/2022

Blog Archive

Popular Posts