Breaking News

ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ପାଇଁ ଏସ,ୟୁ,ସି,ଆଇର ଦାବି

 S, U, C, IR demands an end to unannounced power cuts.

ଡେଲାଙ୍ଗ-ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ ଗୁଳୁମୁଳି ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ଲୋକମାନେ ନାହିଁନଥିବା ଚଳପ୍ରଚଳ ରେ କଷ୍ଟ ଭୋଗି ହଇରାଣ ହେଉଛନ୍ତି । ଏହି ଅସହ ତାତୀରୁ ରକ୍ଷା ପାଇବା ପାଇଁ ଜନସାଧାରଣ ବିଦ୍ୟୁତ ଉପରେ ବଞ୍ଚିବା ନିର୍ଭର କରୁଥିବା ଅଘୋଷିତବିଦ୍ୟୁତ କାଟ ଜନଜୀବନ ଅସ୍ତବ୍ୟସ୍ତ କରୁଛି।ଏହି ବିଦ୍ୟୁତ କାଟ ପାଇଁ ବର୍ତମାନ ସମୟରେ ପିଲାଙ୍କର ପରୀକ୍ଷା ଚାଲିଥିବା ଯୋଗୁଁ ସେମାନେ ପରୀକ୍ଷା ପାଇଁ ଠିକ ଭାବେ ପ୍ରସ୍ତୁତ ହୋଇ ପାରୁ ନାହାନ୍ତି। ଡାକ୍ତର ଖାନାରେ ରୋଗୀ ସେବା ଟର୍ଚ୍ଚ ଲାଇଟ ଅଥବା ମୋବାଇଲ ଲାଇଟ ସାହାଯ୍ୟରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମି ମାନକୁ କରିବାକୁ ପଡୁଛି। ଲୋକମାନେ  ଘରେ ଶୋଇ ପାରୁ ନାହାନ୍ତି ।  ବିଦୂତ ବିଭାଗ ର ଘରୋଇକରଣ ହେବା ପରଠାରୁ ଉପଭୋକ୍ତାମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।  ଅଘୋଷିତ ବିଦୁତ କାଟ ବନ୍ଦ କରି ୨୪ ଘଣ୍ଟା ସଠିକ ବିଦ୍ୟୁତ ସେବା ଜାରିରଖିବା  ପାଇଁ ଏସ,ୟୁ,ସି,ଆଇ,(କମ୍ୟୁନିଷ୍ଟ)ନେତା ତଥା  ଇଓକକଗଝ ର ରାଜ୍ୟ ସମ୍ପାଦକ କମ୍ରେଡ଼ ରଘୁନାଥ ଦାସ ଦୃଢ ଦାବି କରିଛନ୍ତି।  ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ ,୨୦/୪/୨୦୨୨----୮,୩୦ 

Sakhigopal News,20/4/2022


Blog Archive

Popular Posts