Breaking News

ବକୁଳବନ ମହୋତ୍ସବ ଉଦଘାଟିତ; ସ୍ମରଣୀକା ଓ କବିତା ପୁସ୍ତକ ଉନ୍ମୋଚିତ

Bakulaban Festival inaugurated; Memoirs and poetry books have been unveiled


ସାକ୍ଷୀଗୋପାଳ--- ବକୁଳବନ ସ୍ଥିତ ପଞ୍ଚସଖା ସ୍‌ୃୁତି ପାଠଗାର ପରିସରରେ ୧୭ତମ ବକୁଳବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡଃ, ପ୍ରସନ୍ନ କୁମାର ପାଟ୍ଟଶାଣୀ, ସମ୍ମାନୀତ ଅତିଥି ଭାବେ ଡଃ, ପ୍ରତିଭା ମହାରଥୀ , ଡ. ସୁଦର୍ଶନ ବେହେରା, ପ୍ରଫେସର ଶରତଚନ୍ଦ୍ର ରଥ,  ଆଇନଜୀବୀ ରାମଶଙ୍କର ନନ୍ଦ ଓ ବକୁଳବନ ମହୋତ୍ସବ କମିଟିର ସଭାପତି ରବୀନ୍ଦ୍ର ନାଥ ଷଡଙ୍ଗୀଙ୍କ ସହିତ ବକୁଳବନ ମହୋତ୍ସବର ପ୍ରତିଷ୍ଠାତା ତଥା ଉପଦେଷ୍ଠା  ସଚୀକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।  ଅତିଥି ମାନେ ପଞ୍ଚସଖା ସମାଧିପୀଠ ଓ ପାଠାଗାର ପରିସରରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜଳ୍ୱନ କରି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସଭାରେ ଡ. ସୁଦର୍ଶନ ବେହେରା ବକୁଳବନ ପରିସରରେ ଔଷଧୀୟ ବୃକ୍ଷ ରୋପଣ କରିବେ ବୋଲି ଘୋଷଣା କରିଥିଲେ ।  ଅତିଥି ମାନେ ବକୁଳବନ ଓ ବକୁଳବନର ପ୍ରତିଷ୍ଠାତା ସେହି ପଞ୍ଚସଖାଙ୍କ ସ୍ମ୍ମୃତି ମନ୍ଥନ କରିଥିଲେ । ଏହି ଅବସରରେ  ବକୁଳବନର ବାର୍ତ୍ତା ଓ ସୁଜାତା ଦେବୀଙ୍କ ରଚିତ ପ୍ରୀତି ଚାରିପାଦ କବିତା ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଅନୁଷ୍ଠାନ ପକ୍ଷରୁ ନବ ନିର୍ବାଚିତ କିଛି ଜନପ୍ରତିନିଧି, ଶିକ୍ଷକ, ଶିକ୍ଷୟତ୍ରୀ, ଯୁବଚାଷୀ ମାନଙ୍କୁ ଉତ୍ତରୀୟ, ମାନପତ୍ର ଓ ଫୁଲତୋଡା ଦେଇ ସମ୍ମାନୀତ କରାଯାଇଥିଲା । ବକୁଳବନର କନିଷ୍ଠା ସଦସ୍ୟା ସ୍ନେହଶ୍ରଦ୍ଧା ପ୍ରଧାନଙ୍କ ଅଭିଭାଷଣ ସମସ୍ତଙ୍କୁ ଉତ୍ସାହିତ କରିଥିଲା । ଅନୁଷ୍ଠିତ ସଭାରେ ବକୁଳବନର ଉପସଭାପତି ଲକ୍ଷ୍ମୀପ୍ରସାଦ ପାଣି ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ମହୋତ୍ସବ କମିଟିର ସମ୍ପାଦକ ଯଯାତି କେଶରୀ ରାୟ ବାର୍ଷିକ ବିବରଣୀ ପାଠ କରିଥିଲେ ।କମିଟିର ସଭାପତି ରବୀନ୍ଦ୍ରନାଥ ଷଡଙ୍ଗୀ ଧନ୍ୟବାଦ ଦେଇଥିଲେ । ବିହାରୀ ବିଶ୍ୱାଳ, ସତ୍ୟନାରାୟଣ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଦିଲ୍ଲୀପ କୁମାର ବିଶ୍ୱାଳ ଓ ଲିଲିମା ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୫/୪/୨୦୨୨---୭,୧୦   Sakhigopal News , 25/4/2022

Blog Archive

Popular Posts