ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ; ୪ର୍ଥ ଦିବସରେ ନୁଆସମେଶ୍ୱରପୁର ଓ ମଧୁବନ ଦଳ ବିଜୟୀ
Panchayat level Premier League cricket match; On the 4th day, Nuasameshwarpur and Madhuban won.
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜାଗେଶ୍ୱରୀ କ୍ରିକେଟ କ୍ଳବ ଅଳଗୁମ ୩୧ନଂ ଜୋନ ସ୍ତରୀୟ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଦକ୍ଷିଣବାଟି ଗ୍ରାମ ପଡିଆରେ ଅନୁଷ୍ଠିତ ହେଉଛି । ମ୍ୟାଚର ଚତୁର୍ଥ ଦିବସରେ ଦୁଇଟି ମ୍ୟାଚ ଖେଳାଯାଉଛି । ପ୍ରଥମେ ଶୁକଳ ସହିତ ନୂଆସମେଶ୍ୱରପୁର କ୍ରିକେଟ ଦଳ ମଧ୍ୟରେ । ଅନ୍ୟ ମ୍ୟାଚଟି ବୀରରାମଚନ୍ଦ୍ରପୁର କ୍ରକେଟ କ୍ଳବ ସହିତ ମଧୁବନ କ୍ରିକେଟ କ୍ଳବ ମଧ୍ୟରେ । ପ୍ରଥମ ମ୍ୟାଚରେ ଶୁକଳ କ୍ରିକେଟ କ୍ଳବ ଟଚ ଜିତି ନିର୍ଦ୍ଦାରିତ ୧୦ ଓଭରରେ ୮ ଉଇକେଟ ହରାଇ ୫୮ ରନ କରିଥିଲେ । ଜବାବରେ ନୂଆସମେଶ୍ୱରପୁର କ୍ରିକେଟ ଦଳ ୮ଓଭର୩ଟି ବଳରେ ୬ ଉଇକେଟ ହରାଇ ୫୯ ରନ କରି ବିଜୟୀ ହୋଇଛି । ସେହିପରି ଦୁତୀୟ ମ୍ୟାଚ ମଧୁବନ କ୍ରିକେଟ ଦଳ ଟଚ ଜିତି ବ୍ୟାଟିଂ କରି ୧୦ ଓଭରରେ ୯ ଉଇକେଟ ହରାଇ ୮୪ ରନ କରିଥିଲା । ଜବାବରେ ବୀରରାମଚନ୍ଦ୍ରପୁର ଦଳ ୧୦ ଓଭରରେ ୮ ଉଇକେଟ ହରାଇ ୫୮ ରନ କରିଥିଲେ । ମ୍ୟାଚ ପରିଚାଳନା କରିଥିଲେ ସୋମନ୍ତ ଦୀକ୍ଷିତ ଓ ବିଜୟରାଜ ମହାନ୍ତି । ଅଳଗୁମ ଜାଗେଶ୍ୱରି ର୍କିକେଟ କ୍ଳବର ସଦସ୍ୟ କିଶୋର ନାୟକ, ନୀଳ ଲୋହିତ ନାୟକ, ଦେବୀଦତ୍ତ ମଲିକ, ସୌମ୍ୟ ରଞ୍ଜନ ସେଠୀ, ସୁନିଲ ବେହେରା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୪/୨୦୨୨ Sakhigopal News,20/4/2022