Breaking News

ଅଳଗୁମ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ; ଅଳଗୁମ ଓ ସମେଶ୍ୱରପୁର ଦଳ ବିଜୟୀ

 


ସାକ୍ଷୀଗୋପାଳ ---ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜାଗେଶ୍ୱରୀ  କ୍ରିକେଟ କ୍ଳବ ଅଳଗୁମ ୩୧ନଂ ଜୋନ ସ୍ତରୀୟ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଅଳଗୁମ ଦକ୍ଷିଣବାଟି ଗ୍ରାମ ପଡିଆରେ ଚାଲିଛି । ମ୍ୟାଚର୧୦ମ ଦିବସରେ ଦୁଇଟି ମ୍ୟାଚ ଖେଳାଯାଉଛି । ପ୍ରଥମେ ଅଳଗୁମ ସହିତ  ବୀରରାମଚନ୍ଦ୍ରପୁର  କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ଅଳଗୁମ କ୍ରିକେଟ ଦଳ ଟଚ ଜିତି ବ୍ୟାଟିଂ କରି ଦଳ ୧୦ ଓଭରରେ ୩ ଉଇକେଟ ହରାଇ ୧୧୭ ରନ କରିଥିଲା । ଜବବାରେ ବୀରରାମଚନ୍ଦ୍ରପୁର  ଦଳ ୧୦ଓଭର ୯ ଉଇକେଟ ହରାଇ ୫୪ ରନ କରିଥିଲା   ।  ସେହିପରି ଦୁତୀୟ  ମ୍ୟାଚ ସମେଶ୍ୱରପୁର  ସହିତ ସାଣ୍ଢରା କ୍ରିକେଟ ଦଳ ମଧ୍ୟରେ  ଅନୁଷ୍ଠିତ ହୋଇଥିଲା । ପ୍ରଥମେ  ଟଚ ଜିତି ସାଣ୍ଢରା ଦଳ ବ୍ୟାଟିଂ କରି ୮ ଓଭରରେ ସମସ୍ତ ଉଇକେଟ ହରାଇ ୩୪ ରନ କରିଥିଲା । ଜବାବରେ  ସମେଶ୍ୱରପୁର ଦଳ ୭ ଓଭର ୧ଟି ବଲରେ ୮ ଉଇକେଟ  ହରାଇ ୩୫ରନ କରି ବିଜୟୀ ହୋଇଥିଲା  । ମ୍ୟାଚ ପରିଚାଳନା କରିଥିଲେ  ବିଜୟରାଜ ମହାନ୍ତି ଓ  ପବିତ୍ର କୁମାର ସେଠୀ  । ଅଳଗୁମ  ଜାଗେଶ୍ୱରି ର୍କିକେଟ କ୍ଳବର ସଦସ୍ୟ ରିତିଶି ବିଶ୍ୱାଳ, ଆକାସ ମହାପାତ୍ର, ରାକେଶ ବିଶ୍ୱାଳ, ଓମପ୍ରକାଶ ମହାପାତ୍ର ଓ ଭକ୍ତ ଚରଣ ସେଠୀ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୪/୨୦୨୨---୭,୧୫     Sakhigopal News, 26/4/2022

Blog Archive

Popular Posts