ପିଇବା ପାଣି ବ୍ୟବସ୍ଥା ନିମନ୍ତେ ସରପଞ୍ଚଙ୍କୁ ଦାବିପତ୍ର ପ୍ରଦାନ
Submission of claim to Sarpanch for drinking water system
ଓଡ଼ଗାଁ:- ଓଡ଼ଗାଁ ବ୍ଳକ, ପାଣ୍ଡେରିପଡା ପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ଗ୍ରାମର ଉପର ଧୋବା ସାହିରେ ପିଇବା ପାଣି ସମସ୍ୟା ଲାଗିରହିଛି । ଏହାର ସମାଧାନ ନିମନ୍ତେ ଆଜି ପଞ୍ଚାୟତ ବିକାଶ ମଞ୍ଚ ଓ ସାହି ବାସିନ୍ଦା ଙ୍କ ମିଳିତ ଉଦ୍ୟମରେ ଏକ ଦାବିପତ୍ର ପଞ୍ଚାୟତର ଭିଏଲଡବ୍ଳ୍ୟୁ ଙ୍କ ଜରିଆରେ ସରପଞ୍ଚ ଙ୍କୁ ପ୍ରଦାନ କରାଯାଇଛି।
ସୂଚନା ମୁତାବକ, ପାଣ୍ଡେରିପଡା ପଞ୍ଚାୟତର ଦେଓଗାଁ ଗ୍ରାମର ଉପର ଧୋବା ସାହିରେ ମାତ୍ର ଗୋଟିଏ ନଳକୂପ ଓ ଗୋଟିଏ ପାଣି ଟ୍ୟାପ୍ ଥିଲେ ମଧ୍ଯ ତାହା ଅଚଳ ହୋଇପଡଛି । ବହୁ ମାସ ଧରି ସେଥିରୁ ପାଣି ଆସୁନାହିଁ, ଫଳରେ ସାହି ବାସିନ୍ଦା ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ସାହି ବାସିନ୍ଦା ଙ୍କ କହିବା କଥା, ସେମାନେ ପୁରୁଣା ସରପଞ୍ଚ ଏବଂ ନୂତନ ସରପଞ୍ଚ ଙ୍କୁ ନିଜର ସମସ୍ୟା କୁ ଅବଗତ କରାଇଥିଲେ ମଧ୍ଯ ଆଜିଯାଏ ସାହିକୁ ପିଇବା ପାଣି ର ବ୍ୟବସ୍ଥା ହୋଇପାରି ନାହିଁ। ତେଣୁ ବାଧ୍ଯ ହୋଇ ସାହି ବାସିନ୍ଦା ପାଣ୍ଡେରିପଡା ପଞ୍ଚାୟତ ବିକାଶ ମଞ୍ଚ ର ସାହାଯ୍ୟ ଲୋଡ଼ି ସାହିକୁ ପିଇବା ପାଣି ର ବ୍ୟବସ୍ଥା କରାଇବା ସମ୍ପର୍କରେ ଲିଖିତ ଆକାରରେ ବିକାଶ ମଞ୍ଚ କୁ ଜଣାଇଥିଲେ।
ତେଣୁ ଆଜି ବିକାଶ ମଞ୍ଚ ର ସଭାପତି ବିଭୂତି ରାଉତ, କାର୍ଯ୍ୟକାରୀ ସଭାପତି ଧୋବା ସ୍ୱାଇଁ, ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ସଦସ୍ଯ ଓ ସାହି ର କିଛି ସଦସ୍ଯ ଙ୍କୁ ଧରି ପଞ୍ଚାୟତ ରେ ପହଞ୍ଚି ସରପଞ୍ଚ ଙ୍କ ଅନୁପସ୍ଥିତିରେ ଭିଏଲଡବ୍ଳ୍ୟୁ ଙ୍କ ଜରିଆରେ ପାଣି ସମସ୍ୟାର ସମାଧାନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ଭିଏଲଡବ୍ଳ୍ୟୁ ବିଜୟ କୁମାର ନନ୍ଦ ଙ୍କୁ ପଚାରିବାରେ ସେ ବ୍ଳକ ଜେ.ଇ ଓ ସରପଞ୍ଚ ଙ୍କୁ ଏ କଥା ଅବଗତ କରାଇ ଆସନ୍ତା ୮ ଦିନ ଭିତରେ ଉକ୍ତ ସମସ୍ୟାର ସମାଧାନ କରାଇବା ସହ ସାହିକୁ ପାଣି ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:-୧୮/୪/୨୨ ---୮,୨୦ Sakhigopal News,18/4/2022