ଯୁବକର ଗଳିତ ଶବକୁ ଭଦ୍ଧାର କଲା ଭଞ୍ଜନଗର ପୁଲିସ
Bhanjanagar police recovered the decomposed body of the youth
ଭଞ୍ଜନଗର-- ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଧୋବା ତଇଲା ଗ୍ରାମର ପରମା ମଳିକ( ୩୫)ବର୍ଷ ଗୁଡିପଲ୍ଲୀ ଶନ୍ଧୀବନ୍ଦର ବଗିଚାରେ ଥିବା ଆମ୍ବଗଛରେ ଗାମୁଛା ଲଗାଇ ଆମ୍ରହତ୍ୟା କରିଛନ୍ତି । ଖବର ନେବାରେ ପରମା ୨ ଦିନ ହେଲା ପାରିବାରିକ କଳହକୁ ନେଇ ଘରୁ ପଳାଇଥଲା । ପରିବାର ଲୋକମାନେ ବହୁ ଖୋଜାଖୋଜି କରି ପରମାର କୌଣସି ଠେର ପାଇପାରିନଥିଲେ ।ସୋମବାର ସକାଳୁ ଗ୍ରାମର କିଛି ଲୋକ ସେହି ବଗିଚାକୁ କାମ କରିବା ବେଳେ ଆମ୍ବଗଛରେ ପରମାର ମୃତ୍ୟୁ ଦେହ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ତୁରନ୍ତ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଭଞ୍ଜନଗର ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରମାର ମୃତ୍ୟୁ ଦେହକୁ ଜବତ କରିବା ସହ ତଦନ୍ତକରି ଭଞ୍ଜନଗର ବ୍ୟବଛେଦ ପାଇଁ ପଠାଇ ଦେଇଛନ୍ତି । ଏହି ଘଟଣାକୁ ନେଇ ଭଞ୍ଜନଗର ଥାନା କେସଂ ୧୪/୨୨ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୪/୨୦୨୨---୧୦,୧୫ Sakhigopal News,18/4/2022