Breaking News

ଡେଲାଙ୍ଗରେ ବ୍ଳକ ସ୍ଥରୀୟ ସ୍ୱାସ୍ଥ୍ୟ ମେଳା ନାମରେ ଲକ୍ଷାଧିକ ଟଙ୍କା ଲୁଟ, ଜିଲ୍ଲାପାଳ ତଦନ୍ତ କରିବା ପାଇଁ ଦାବି

Millions of rupees have been looted in the name of block level health fairs in Delang, demanding the district magistrate investigate.


ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ବୁଧବାର ଦିନ ଗାଦିବହ୍ମ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ଏହି ସ୍ୱାସ୍ଥ୍ୟ ମେଳାର  ଆୟୋଜକ  ହେଉଛନ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡେଲାଙ୍ଗ । ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ବ୍ଳକ ଅଧ୍ୟକ୍ଷା ବାସନ୍ତି ସାହୁ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଜିଲ୍ଲା ପରିଷଦ ସଭ୍ୟ  ପ୍ରସନ୍ନ ସାହୁ,  ବ୍ଳକ ବିଜେଡିସଭାପତି ବୈରାଗୀ ଜେନା, ଜିଲ୍ଲା ସ୍ୱାସ୍ଥ୍ୟ ଉପଅଧିକାରୀ ଡ.ଲଲାଟ ଟେନ୍ଦୁ ମିଶ୍ର, ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ. ସନ୍ତୋଷ ତ୍ରିପାଠୀ ,  ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସରୋଜ ପଣ୍ଡା, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଅଜୟ ରାଉତରାୟ, ମୁନିନ୍ଦାର ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରିଡାଙ୍କ ପ୍ରମୁଖଙ୍କ ଉପସ୍ଥିତିରେ ବ୍ଳକ ସ୍ଥରୀୟ ସ୍ୱାସ୍ଥ୍ୟ ମେଳା ଉଦଘାଟିତ ହୋଇଯାଇଛି । ଏପରିକି ଏହି  ସ୍ୱାସ୍ଥ୍ୟ ମେଳାରେ ନାହିଁ ନଥିବା ଅବବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଠାରେ ରୋଗୀ ମାନଙ୍କ ପାଇଁ ବସିବା ପାଇଁ ରେଷ୍ଟ ସେଡ ବା କୌଣସି ସୁବିଧା ନାହିଁ । ଡହ ଡହ ଖରାରେ ରୋଗୀ ଓ ସେମାନଙ୍କ ସମ୍ପକୀୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପାନୀୟ ଜଳର ସୁବିଧା ରହିଥିଲେ ମଧ୍ୟ ପିଇବା ପାଇଁ କୌଣସି ସୁବିଧା ନ ଥିଲା । ଲୋକମାନେ ସେହିପରି ଗାଁଉଳି ଭାବେ ମୁହଁ ଲଗାଇ ପାଣି ଫିଲଟରରୁ ପାଣି ପିଉଥିବାର ଦେଖାଯାଇଥିଲା । 

ସବୁଠାରୁ ବଡ କଥା ପ୍ରସାର ପ୍ରଚାର ନଥିବାରୁ ହାତ ଗଣତି କେତଟି ପଞ୍ଚାୟତରୁ ରୋଗୀ ମାନେ ଆସିଥିଲେ ।  ସେମାନେ ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ମାନେ ଯେଉଁ ମେଡିସିନ ଲେଖୁଥିଲେ ତାହା ନଥିଲା । ଯାହା ଫଳରେକି ରୋଗୀ ମାନେ ବିରକ୍ତି ପ୍ରକାଶ କରି ଡାକ୍ତର ଲେଖିଥିବା ଚିଠା ଚିରିଦେଇଥିବାର ଦେଖିବାକୁ ମିଳିଥିଲା । ସବୁଠାରୁ  ବଡ କଥା ବ୍ଳକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ହେଉଛି ସେଠାରେ ଗୋଟିଏ ବିନ୍ଦୁ ବ୍ଳିଚିଂ ପାଉଡର ପଡିବାର ଦେଖାଯାଇନଥିଲା । ସବୁଠାରୁ ବଡକଥା ଦିବ୍ୟାଙ୍ଗ ରୋଗୀ ମାନଙ୍କ ପାଇଁ କୌଣସି ସୁବିଧା ନଥିଲା । ନାହିଁ ହୁଇଲଚେୟାର ନା ଷ୍ଟେଚର କୌଣସି ସୁବିଧା ନଥିଲା । ଏପରିକି ସ୍ଥାନୀୟ ବିଧାୟକ ସ୍ୱାସ୍ଥ୍ୟ ମେଳା ବୁଲିଥିବା ବେଳେ କିଛି ମହିଳା ରୋଗୀ ମାନେ ସେମାନଙ୍କୁ ମେଡିସିନ ମିଳୁନାହିଁ ବୋଲି ଅଭିଯୋଗ ଆଣିଥିଲେ । ବିଧାୟକ ସେପରି କିଛି ବୁଝିନଥିଲେ । କେବଳ ବିରକ୍ତି ପ୍ରକାଶ କରିବା ସହ ତୁରନ୍ତ ସେମାନଙ୍କୁ ମେଡିସିନ ଦେବା ପାଇଁ କହିଥିଷଲ । କିଛି ସମୟ ପରେ ଲୁଚାଯାଇଥିବା ଦୁଇପେଟି ମେଡିସିନ ଅଣାଯାଇଥିଲା । ସେତେବେଳେକୁ ରୋଗୀ ମାନେ ପଳାଇଥିଲେ । ସବୁଠାରୁ ବଡ କଥା ଦିବ୍ୟାଙ୍ଗ ମାନଙ୍କ ପାଇଁ କୌଣସି ବନ୍ଦୋବସ୍ଥ କରାଯାଇନଥିବା ସମ୍ପର୍କେ କିଛି ସାମ୍ବାଦିକ ବିଧାୟକଙ୍କ ଦୃଷ୍‌ଟିକୁ ଆଣିଥିଲେ ମଧ୍ୟ ବିଧାୟକ ଏହାକୁ ଆଡେଇ ଦେଇ ପଳାଇଥିଲେ ।

ଏଥିରୁ ପ୍ରମାଣିତ ହେଉଛି ଯେ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ମେଳା ନା ରାଜନେତା ମାନଙ୍କ ପାଇଁ ସ୍ୱାସ୍ଥ୍ୟ ମେଳା ତାହା ଆଲେଚନାର ବିସୟ ହୋଇପଡିଥିଲା । ସ୍ୱାସ୍ଥ୍ୟ ମେଳାରେ ଆଶା, ଅଙ୍ଗନୱାଡି ଦିଦି ମାନଙ୍କ ସଂଖ୍ୟା ଯେତେ ଥିଲା ରୋଗୀ ମାନଙ୍କ ସଂଖ୍ୟା ତା ଠାରୁ କମଥିଲା । ମେଡିକାଲ ତରଫରୁ ଦୁଇଦିନ ଆଗରୁ ସମସ୍ତ ଆଶା ଦିଦି ମାନଙ୍କୁ ଲଗାଇ ଗ୍ରାମ ମାନଙ୍କରୁ ଆଧାର କାର୍ଡ ମଗାଇ ଲୋକମାନଙ୍କ ନାମ ରେଜିଷ୍ଟିସନ କରିବା ସହ ସ୍ୱାସ୍ଥ୍ୟ ଆଇଡି କରିଥିଲେ । ସେହିପରି ରୋଗୀ ମାନଙ୍କ ପାଇଁ ବିସ୍କୁଟ ବା ପାଣି ନଥିଲା । ସାମ୍ବାଦିକ ମାନଙ୍କୁ ମଧ୍ୟ ପାଣିଟିକେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିନଥିଲା । ସାମ୍ବାଦିକ ମାନେ ମହାବିଦ୍ୟାଳୟ ରୁ ପାଣି ପିଇଥିଲେ । ଏହି ସ୍ୱାସ୍ଥ୍ୟ ମେଳାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ମିଳିଥିବା ଜଣାପଡିଛି । ମାତ୍ର ଏତେ ଟଙ୍କା ଆସିଥିଲେ ମଧ୍ୟ ତାହା ଲୁଟି ନେବାକୁ ଯୋଜନା କରାଯାଇଛି ବୋଲି ସ୍ୱାସ୍ଥ୍ୟ ମେଳାରେ ରାଜନେତାଙ୍କ ଠାରୁ ଜନସାଧାରଣ ଆଲେଚନା କରୁଥିବାର ଜଣାପଡିଛି । ତୁରନ୍ତ ପୁରୀ ଜିଲ୍ଲାପାଳ ତଦନ୍ତ କରିବା ପାଇଁ ଜନପ୍ରତିନିଧି ମାନେ ଦାବି କରିଛନ୍ତି ।  ସେ ଯାହା କିଛି ହେଉନା କାହିଁକି  ଏଠାରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସଚେତନତା, ବିଶେଷଜ୍ଞ ଡାଙ୍କର ମାନଙ୍କ ଦ୍ୱାରା ପରାମର୍ଶ, ପରୀକ୍ଷା, ଔଷଧ ପ୍ରଦାନ କରାଯିବା ସହିତ କୋଭିଡ ଟୀକା କରଣ, ଯୋଗ, ଫିଜୋଥୋରାପି, ଟେଲିମେଡିସିନ  ପ୍ରଦାନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ମେଳାରେ ଖୋଲାଯାଇଥିବା ମଧୁମେହ ପରୀକ୍ଷା ବିଧାୟକ, ବିଡିଓଙ୍କ ସହ ଜିଲ୍ଲାପରିଷଦ ସଭ୍ୟ ଓ ଅନ୍ୟ ମାନେ କରିଥିଲେ । ସ୍ତ୍ରୀରୋଗ, ଚକ୍ଷୁ, ଚର୍ମ, ନାସା, ଗଳା, ଶିଶୁ ପରି ୨୨ଗୋଟି ବିଭାଗ ଖୋଲାଯାଇ ରୋଗୀ ମାନଙ୍କୁ ଚିକିତ୍ସା ଓ ପରାମର୍ଶ ଦିଆଯିବା ସହିତ କିଛି କିଛି ମେଡିସିନ ପ୍ରଦାନ କରାଯାଇଥିଲା ।  ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ତଥା ରେଡକ୍ରସ ବିଭାଗର ପରାମର୍ଶ ଦାତା ତ୍ରିନାଥ ପରିଡା ଓ  ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହି ମେଗା ସ୍ୱାସ୍ଥ୍ୟ ମେଳା ପରିଚାଳନାରେ ସହଯୋଗ କରିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୦/୪/୨୦୨୨---୬,୫୫   

 Sakhigopal News , 20/4/2022

Blog Archive

Popular Posts