Breaking News

ସତ୍ୟବାଦୀର ସାରଙ୍ଗାଯୋଡ଼ି ରେ କୁକୁଡ଼ା ମଡକ ; ହତାସ ଚାଷୀ କୁଳ

 


ସାକ୍ଷୀଗୋପାଳ ----ରାଜ୍ଯରେ ଚାକିରି ପଛରେ ଗୋଡାଇ ଗୋଡାଇ କିଛି ନ ହେବାରୁ କିଛି ଶିକ୍ଷିତ  ବେକାର ଯୁବକ ଯୁବତୀ ମାନେ ନିଜ ପଇସା ସହିତ  ବିଭିନ୍ନ ବ୍ୟାଙ୍କ ଋଣ କରି କୁକୁଡ଼ା ଚାଷ କରିଥିଲେ । ଏବେ କୁକୁଡ଼ା ସଡ଼କ ପଡ଼ିଛି। ଏପରିକି ଗୋଟିଏ ଗୋଟିଏ ରାତିରେ ଶହ ଶହ କୁକୁଡ଼ା ସରିକି ଶୋଉଛିନ୍ତି । ପିପିଲି , ଡେଲାଙ୍ଗ ପରେ ଏବେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗିଯୋଡ଼ି ଅଞ୍ଚଳରେ ବିଭିନ୍ନ କୁକୁଡ଼ା ଚାଷ କରିଥିବା ଫାର୍ମ ମାନଙ୍କରେ ମୃତ କୁକୁଡ଼ା ପଡ଼ିଛି । ଅନ୍ୟ ପକ୍ଷରେ ସାକ୍ଷୀଗୋପାଳ ପ୍ରାଣୀଧନ ଚିକିତ୍ସକ ଓ ରୋଗ ନିରୁପଣ ନିରୀକ୍ଷକ ମୃତ କୁକୁଡ଼ା କୁ ଦେଖି  ନ ଦେଖିଲା ପରି  ରହିଥିଲେ । ଏପରିକି କୁକୁଡ଼ା ଗୁଡ଼ିକ କିପରି ମରିଛନ୍ତି ତାହା ତଦନ୍ତ ବା ପୋଷ୍ଟମର୍ଟମ ନ କରିବା  ପାଇଁ ଯୋଜନା କରିଥିବା ବେଳେ ଚାଷୀମାନଙ୍କ ଦ୍ଵାରା ଜନ ଆକ୍ରୋଶ ଶିକାର ହୋଇଥିଲେ ।  ପରେ ପରେ ଚାଷୀଙ୍କ ଦାବି ଅନୁଯାୟୀ  ଫାର୍ମ ବୁଲି ଓ ମଲା କୁଡୁଡ଼ା  ସଂଗ୍ରହ କରିବା ସହ ବିଭିନ୍ନ ପରୀକ୍ଷା ପାଇଁ ମୁଖ୍ୟ କାର୍ଯ୍ୟାଳୟକୁ ନମୁନା ପଠାଇଥିଲେ ।  ମୃତ କୁକୁଡ଼ା ଗୁଡ଼ିକ ମାଟି ତଳେ ପୋତିବା ପାଇଁ ଚାଷୀ ମାନଙ୍କୁ କରିଥିଲେ। ଅନ୍ୟ ପକ୍ଷରେ ଜୁଲାଇ୧୮, ୧୯ତାରିଖ ଦିନ ସାରଙ୍ଗଯୋଡ଼ିର  ଝଜାମୁଣ୍ଡି ର  କୁକୁଡ଼ା ଚାଷୀ କୃଷ୍ଣ ଚନ୍ଦ୍ର ବେହେରା ଙ୍କ ର ୩୬୮୬ ଟି କୁକୁଡ଼ା ଓ ଅଜୟ ବେହେରା ଙ୍କ ୬୭୦୦ ଟି କୁକୁଡ଼ା  ମରି ପଡ଼ିଥିଲେ। ସତ୍ୟବାଦୀ ପ୍ରାଣୀଧନ ଚିକିତ୍ସକ ବନଜା କାନ୍ତ ପତି ଙ୍କୁ ଲିଖିତ ଆକାରରେ  ଜଣାଇବାପରେ ତାଙ୍କ ନିର୍ଦେଶ ଅନୁସାରେ ମୃତ କୁକୁଡ଼ାଙ୍କୁ ମାଟିତଳେ ପୋତି ଦେଇଥିବା ଜଣାପଡିଛି।  ଏବେ ଋଣ ସୁଝିବା ଚିନ୍ତାରେ କୃଷ୍ଣ  ଓ ଅଜୟ ବେହେରା । ରାଜ୍ୟ ସରକାର ଙ୍କ ତରଫରୁ ସରକାରୀ ସହାୟତା କିଛି ପାଇଲେ ଋଣ ସୁଝିବା ପାଇଁ ଆଶା ରଖିଛନ୍ତି କୁକୁଡ଼ା ଚାଷୀମାନେ। ଅପରପକ୍ଷରେ ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସକ ଶରତ କୁମାର ବେହେରା କୁହନ୍ତି ମୃତ କୁକୁଡ଼ାଙ୍କ ପଞ୍ଚନାମା ପରେ ବାର୍ଡ ଫ୍ଲୁର କୈ।ଣସି ସୂଚନା ମିଳିଲା ନାହିଁ। ଅଧିକ ତଦନ୍ତ ପାଇଁ ଫୁଲନଖରା ସ୍ଥିତ ନିରୀକ୍ଷଣ କେନ୍ଦ୍ରକୁ ପଠାଯାଇଛି।  ଅନ୍ୟପଟେ କୁକୁଡ଼ା ଚାଷୀମାନେ ଚିନ୍ତାରେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୭/୨୦୨୫----୧୦,୪୫ Sakhigopal News,22/7/2025

Blog Archive

Popular Posts