Breaking News

ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଧାର

The woman's hanging body was recovered from the forest

ଭଞ୍ଜନଗର-- ଜଙ୍ଗଲରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଧାର କରିଛି ପୋଲିସ। ତାରାସିଂ ଥାନା ଅନ୍ତର୍ଗତ ବଡଗୁଣ୍ଡୁରିବାଡି ଗାଁ ରେ ଘଟିଛି ଏଭଳି ଘଟଣା । ମୃତକ ହେଲେ  ସେହି ଗାଁ ର ରବିନ୍ଦ୍ର କୁମାର ପାତ୍ର ଙ୍କ ସ୍ତ୍ରୀ ଆଶା ପାତ୍ର(୩୦) । ବେକରେ ଲୁଗା ଲାଗିଥିବା ଅବସ୍ଥାରେ ମୃତଦେହ ଝୁଲି ରହିଥିଲା । ଏନେଇ ଖବର ପାଇ ତାରାସିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଛି । ନିକଟସ୍ଥ ତେଲଡି ଗାଁ ର ମଦନ ପ୍ରଧାନ ଙ୍କ ଝିଅ ଆଶା ପାତ୍ର , ଗତ ୨୦୦୫ ମସିହାରେ ବଡଗୁଣ୍ଡୁରିବାଡି ଗାଁ ର ରବିନ୍ଦ୍ର କୁମାର ପାତ୍ର ଙ୍କୁ ବିବାହ କରିଥିଲେ । ତାଙ୍କର ୧୪ ବର୍ଷର ଗୋଟିଏ ପୁଅ ଓ ୧୨ ବର୍ଷର ଗୋଟିଏ ଝିଅ ଅଛନ୍ତି । ପାରିବାରିକ ଅସନ୍ତୋଷ କୁ କେନ୍ଦ୍ରକରି ଆଶା ଆତ୍ମହତ୍ୟା କରିଥିବା କୁହାଯାଉଛି । ଅନ୍ୟପକ୍ଷରେ ବାପଘର ପକ୍ଷରୁ ଅଭିଯୋଗ ହୋଇଛି ,  ତାଙ୍କ ଝିଅକୁ ହତ୍ୟା କରାଯାଇଛି । ତେବେ ଘଟଣାସ୍ଥଳରେ ତାରାସିଂ ଥାନା ପୋଲିସ ପହଞ୍ଚି  ଘଟଣାର ସରଜମିନ୍ ତଦନ୍ତ ଜାରି ରଖିଥିବା ବେଳେ , ଘଟଣାର ପ୍ରକୃତ କାରଣ ନେଇ ପୋଲିସ ପକ୍ଷରୁ କୈାଣସି ସ୍ପଷ୍ଟ କରାଯାଇନାହିଁ । ଲିଖିତ ଅଭିଯୋଗ  ତଦନ୍ତ ଓ ବ୍ୟବଛେଦ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ  କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୪/୨୦୨୨---୪,୨୦  Sakhigopal News,21/4/2022

Blog Archive

Popular Posts