Breaking News

ଯୁବକର ଗଳିତ ଶବକୁ ଉଦ୍ଧାର କଲା ଭଞ୍ଜନଗର ପୋଲିସ

Bhanjanagar police recovered the decomposed body of the youth
 
ଭଞ୍ଜନଗର-- ଭଞ୍ଜନଗର ଥାନା ଅନ୍ତର୍ଗତ ବନ ବିହାର ନିକଟରେ ଥିବାପୁରୁଣା ମାଛ ଯାଆଁଳା କେନ୍ଦ୍ରର ପରିତ୍ୟକ୍ତ  ଏକ ପୋଖରୀରୁ ଯୁବକଙ୍କ ମୃତଦେହ କୁ ଜବତ କରିଛି ପୋଲିସ । ମୃତ ଯୁବକ ଜଣକ ହେଲେ
ବୁଗୁଡ଼ା ଥାନା ଅନ୍ତର୍ଗତ ମାଣିତରା ଗ୍ରାମର  ହରିହର ପରିଡାଙ୍କ ପୁଅ ଶମ୍ବୁ ପରିଡା( ୨୨) ବୋଲି ଜଣାପଡିଛି । ଖବର ନେବାରେ ଜଣାପଡିଛି  ଶମ୍ଭୁ ବୁଧବାର ସଂଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିଲା ।  ଭାଇ ଶିବରାମକୁ ଫୋନ୍ କରି ଜଣାଇଥିଲା ମୁଁ ଭଞ୍ଜନଗର ବନବିହାର ନିକଟ ଜଙ୍ଗଲ ପୋଖରୀରେ ପଡିରହିଛି । ତୁରନ୍ତ ଆସି ପିଇବାକୁ ପାଣି  ଦେବାକୁ କହିଥିଲା ଶମ୍ବୁ । ଭାଇ ଶିବରାମ  ଭଂଜନଗର ଆସି ବହୁ ଖୋଜାଖୋଜି କରିଥିଲେ  । ଶମ୍ଭୁ ର କୌଣସି ସନ୍ଧାନ ପାଇନଥିଲା । ଭାଇ ଶିବରାମ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି ଜାରି ରଖିଥିଲେ । ତଥାପି  ଶମ୍ଭୁ ର କୌଣସି ସନ୍ଧାନ ପାଇନଥିଲେ । ଶୁକ୍ରବାର ସକାଳୁ ବନବିହାର ନିକଟ ରାସ୍ତା ଦେଇ କିଛି ଲୋକ ଯାଉଥିବା ବେଳେ  ଶୁଖିଲା ପୋଖରୀଭିତରେ ଜଣେ ଯୁବକର ମୃତ୍ୟଦେହ  ପଡିଥିବା ଦେଖିଥିଲେ ।   ଏହି ଖବର ଭଞ୍ଜନଗର ଅଞ୍ଚଳରେ ପ୍ରଘଟ ହେଇଥିଲା । ଭଞ୍ଜନଗର ପୋଲିସ୍ ମଧ୍ୟ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା ।  ଶବକୁ ଜବତ କରିବା ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍  ଟିମ୍ ସହାୟତା ରେ ତଦନ୍ତ କରିଥିଲା । ଏହି ଘଟଣାକୁ ନେଇ ଭଞ୍ଜନଗର ଥାନା କେସନଂ ୧୫/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ଥାନା ଅଧିକାରୀ ନିର୍ଦେଶ କୁମାର ଦାଶ କହିଛନ୍ତି ।  ଶମ୍ବୁର ଭାଇ ଶିବରାମ ଭଂଜନଗର ଥାନା ରେ ଲିଖିତ ଏତଲା ଦେବାସହ ତାଙ୍କ କହିବା ଅନୁଯାଈ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ।  ପ୍ରେମଜନିତ କାରଣ କୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି । ତେବେ ଲିଖିତ ଏତଲା ଘଟଣାକ୍ରମେ ଏବଂ ମୈାଖିକ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଥିବା ବେଳେ ତଦନ୍ତ ପରେ ଏବଂ ବ୍ୟବଛେଦ ରିପୋର୍ଟ ଆଧାରରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି କୁହାଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୯/୪/୨୦୨୨----୧୦,୧୦ 
Sakhigopal News,29/4/2022

Blog Archive

Popular Posts