Breaking News

ରାମହରି ଦାସ ଓଡ଼ିଶୀ ଗୁରୁକୁଳର ଅଷ୍ଟମ ବାର୍ଷିକ ଉତ୍ସବ ଉଦଯାପିତ

Ramhari Das is celebrating the eighth anniversary of the Odissi Gurukul.
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ସ୍ଥିତ ବଡ଼ହାଟ ଗ୍ରାମରେ ଥିବା ରାମହରି ଦାସ ଓଡ଼ିଶୀ ଗୁରୁକୁଳ ର ୮ମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ଉତ୍ସବ ଶେଷ ସଂଧ୍ୟାରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଗୁରୁ ରାମହରି ଦାସ ସଭାପତିତ୍ବ କରିଥିଲେ। ଅତିଥି ଭାବେ ସଂଗୀତ ନାଟକ ଏକାଡେ଼ମୀର ସଚିବ ପବୋଧ ରଥ ,ଡ଼. ବିଜୟ ଜେନା, ସହଦେବ ଜୟସିଂହ, ଗୁରୁ ଜ୍ୟୋତି ରାଉତ,କବି ମଙ୍ଗଳା ପ୍ରଧାନ ଓ ଅନୁଷ୍ଠାନ ର ଅଧକ୍ଷ ଗୁରୁ ଧନେଶ୍ଵର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ । ଓଡିଶୀକୁ ନେଇ ଆମେ ଗର୍ବିତ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ଗୁରୁ ଶ୍ରୀ ପ୍ରମୋଦ କୁମାର ସାହୁ ଓ ସାଥୀଙ୍କ ଙ୍କ ଦ୍ଵାରା ବୃନ୍ଦ ତବଲା ବାଦନ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ଏକକ ଓଡ଼ିଶୀ ନୃତ୍ୟ ରେ ବିଦୁଷୀ ସଙ୍ଗୀତା ଦାସ ଅତି ଚମତ୍କାର ଢଙ୍ଗ ରେ ପରିବେଷଣ କରିଥିଲେ । ଯାହାକି ଦର୍ଶକ ମାନଙ୍କୁ ସବ୍ଧ୍ଦକରିଦେଇଥିଲା । ପରିଶେଷରେ ଓଡିଶା ର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଙ୍କ ସୁଗମ ସଙ୍ଗୀତ ଦର୍ଶକ ମାନଙ୍କ ର ଚିତ୍ତ କୁ ଆକର୍ଷିତ କରିଥିଲା।ଏହି ଉତ୍ସବ କୁ ପରିଚାଳନା କରିଥିଲେ ଡ.ମୃତ୍ୟୁଞ୍ଜୟ ରଥ ଏବଂ ସଂଯୋଜନା କରିଥିଲେ ଗୁରୁକୁଳ ର ସମସ୍ତ ନ୍ୟାସୀ ଏବଂ ବରିଷ୍ଠ ଛାତ୍ରଛାତ୍ରୀ ମାନେ। ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁ ରାମହରି ଦାସ ଓ ଗୁରୁ ଧନେଶ୍ଵର ସ୍ଵାଇଁ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୪/୨୦୨୨----୮,୪୦ Sakhigopal News,17/4/2022

Blog Archive

Popular Posts