Breaking News

ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ; ନରେନ୍ଦ୍ରପୁର ଓ ସାଣ୍ଢରା ଦଳ ବିଜୟୀ

Young man arrested for trying to seduce a woman

ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜାଗେଶ୍ୱରୀ  କ୍ରିକେଟ କ୍ଳବ ଅଳଗୁମ ୩୧ନଂ ଜୋନ ସ୍ତରୀୟ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ସ୍ଥାନୀୟ ଦକ୍ଷିଣବାଟି ଗ୍ରାମ ପଡିଆରେ ଅନୁଷ୍ଠିତ ହେଉଛି । ମ୍ୟାଚର୬ଷ୍ଠ ଦିବସରେ ଦୁଇଟି ମ୍ୟାଚ ଖେଳାଯାଉଛି । ପ୍ରଥମେ ଅଳଗୁମ ସହିତ ସାଣ୍ଢରାଶାସନ କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ଅଳଗୁମ କ୍ରିକେଟ ଦଳ ଟଚ ଜିତି ୧୦ ଓଭରରେ  ୬ ଉଇକେଟ ହରାଇ  ୫୭ ରନ କରିଥିଲା । ଜବବାରେ ସାଣ୍ଢରା ଦଳ ୮ ଓଭର ୪ ବଲରେ  ୫ ଉଇକେଟ ହରାଇ ୫୮ରନ କରି ବିଜୟୀ ହୋଇଥିଲେ ।  ସେହିପରି ଦୁତୀୟ  ମ୍ୟାଚ ନରେନ୍ଦ୍ରପୁର ସହିତ ଶୁକଳ  କ୍ରିକେଟ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ  ଟଚ ଜିତି ଶୁକଳ  ଦଳ ବ୍ୟାଟିଂ କରି ୮ ଓଭରରେ ୪ ଉଇକେଟ ହରାଇ ୪୭ ରନ କରିଥିଲା । ଜବାବରେ ନରେନ୍ଦ୍ରପୁର ଦଳ ୭ ଓଭର ୩ ଟି ବଲରେ ୫ ଉଇକେଟ  ହରାଇ ୪୮ ରନ କରିଥିଲେ । ମ୍ୟାଚ ପରିଚାଳନା କରିଥିଲେ  ସୁମନ୍ତ ଦୀକ୍ଷିତ ଓ ପବିତ୍ର ସେଠୀ   । ଅଳଗୁମ  ଜାଗେଶ୍ୱରି ର୍କିକେଟ କ୍ଳବର ସଦସ୍ୟ ଭକ୍ତ ଚରଣ ସେଠୀ, ସତ୍ୟବତ୍ର  ବିଶ୍ୱାଳ, ଦେବାଶିଷ ପଣ୍ଡା, ଶକ୍ତି ମଲିକ ଓବିଦ୍ୟାଜ୍ୟୋତି ମଲିକ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୪/୨୦୨୨---୬,୫୦    

Sakhigopal News, 22/4/2022

Blog Archive

Popular Posts