Breaking News

ମହିଳାଙ୍କୁ ଏକତରଫା ପ୍ରେମ ନିବେଦନ କରି ଯୁବକ ଗିରଫ

Young man arrested for trying to seduce a woman

 ସାକ୍ଷୀଗୋପାଳ----ସତ୍ୟବାଦୀ ଥାନା ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତୀ ଭଟପୁର ଗ୍ରାମର ଜନୈକଙ୍କ ମହିଳାଙ୍କୁ ସେହି ଗ୍ରାମର କାଶିନାଥ ( କପ) ବେହେରା ତିନିରୁ ଚାରି ବର୍ଷ ଏକତରଫା ପ୍ରେମ କରିବା ସହ ତାଙ୍କ ଉପରେ ଖରାପ ନଜର ରଖି ରାସ୍ତା ଘାଟରେ ଅଶ୍ଳିଳ କଥା କହି ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏହାକୁ ବିରୋଧ କରିବାରୁ ମୋ ସ୍ୱାମୀ ଓ ପିଲାଙ୍କୁ ମାରି ଦେବାକୁ ଧମକ ଦେଇ ଆସୁଥିଲେ । ୨୦ ତାରିଖ ରାତିରେ କାଶିନାଥ ବିଳମ୍ବିତ ରାତିରେ ମୋ ଶୋଇବା ଘରେ ପଶି  ଭିଡାଓଟରା କରିବା ସମୟରେ ପାଟି କରି ଡାକ ପକାଇବାରୁ ମୋ ସ୍ୱାମି ଓ ଘରଲୋକ ମାନେ ଉଠିପଡି କାଶିନାଥକୁ କାବୁ କରିଥିଲେ । ସଙ୍ଗେ ସଙ୍ଗେ ଥାନାକୁ ଫୋନ କରିବାରୁ ଆମକୁ କାଶିନାଥ ଧମକ ଦେଲାଯେ  ଥାନାରୁ ଆସିଲେ ତମକୁ ହାଣି ସଫା କରିଦେବି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ।  ମହିଳାଙ୍କ ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ  ଥାନା ଆରକ୍ଷୀ ନିରୀକ୍ଷକ ଦିଲ୍ଲୀପ କୁମାର ଧଳ ୧୨୦/୨୨ରେ ଏକ ମାମଲା ରୁଜ କରି କାଶିନାଥ ବେହେରାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୪/୨୦୨୨---୬,୫୦   

 Sakhigopal News, 22/4/2022

Blog Archive

Popular Posts