ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ର ନୂତନ ଅଧ୍ଯକ୍ଷ ରାଜକିଶୋର ସାହୁ
Rajkishore Sahu, the new dean of Odgaon Raghunath Cooperative College
ଓଡ଼ଗାଁ:- ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଅଧ୍ଯକ୍ଷ ମହମ୍ମଦ ଓମର ମଲ୍ଲିକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପରେ ଆଜି ବିଧିବଦ୍ଧ ଭାବେ ପ୍ରଧ୍ୟାପକ ରାଜକିଶୋର ସାହୁ ଓଡ଼ଗାଁ କଲେଜ ର ଅଧ୍ଯକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ସାହୁ ପୂର୍ବରୁ ଶରଣକୂଳ କଲେଜ ର ଅଧ୍ଯକ୍ଷ ସହ ନୟାଗଡ଼ କଲେଜ ରେ ପ୍ରଧ୍ୟାପକ ଭାବେ ନିଜର ଦାୟିତ୍ୱ ନିଭାଇଛନ୍ତି। ମହାବିଦ୍ୟାଳୟ ର ଅଧ୍ଯାପକ, ଅଧ୍ଯାପିକା ମାନେ ଶ୍ରୀ ସାହୁ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହାସହ ଶ୍ରୀ ସାହୁ ଓଡ଼ଗାଁ କଲେଜ ର ସେବା କରିବା ପାଇଁ ପାରୁପର୍ୟ୍ଯନ୍ତ ଚେଷ୍ଟା କରିବେ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
ଓଡ଼ଗାଁ କଲେଜ ର ପୂର୍ବତନ ଅଧ୍ଯକ୍ଷ ଓମର ମଲ୍ଲିକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେବା ସମୟରେ ସେ ଓଡ଼ଗାଁ କଲେଜ ରେ ସେବା କରି ଖୁସି ବୋଲି କହି ଭାବବିହ୍ୱଳ ହୋଇପଡିଥିଲେ।
ଆଜିର ଏ ବିଦାୟ ସମ୍ବର୍ଦ୍ଧନା ଓ ନୂତନ ଅଧ୍ଯକ୍ଷ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ରେ ଓଡ଼ଗାଁ କଲେଜ ର ସମସ୍ତ ଅଧ୍ଯାପକ, ଅଧ୍ଯାପିକା, କର୍ମଚାରୀ ଉପସ୍ଥିତ ଥିଲେ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:-୩୦/୪/୨୨----9,10 Sakhigopal News,30/4/2022