Breaking News

ଶିଶୁମାନେ ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ


ଡେଲାଙ୍ଗ - ଡେଲାଙ୍ଗ ବ୍ଲକ୍ ଅଧୀନ ବିଶେଶ୍ୱର  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୀରମକୁନ୍ଦପୁର ପରିସରରେ ଧାନକେରା ଓ ବଡ଼ ଆଙ୍କୁଲା କେନ୍ଦ୍ରାଧୀନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଶିଶୁ ବାଟିକା ଶିକ୍ଷଣ କାର୍ଯ୍ୟ ଓ ଅନ୍ୟାନ୍ୟ  ଶୈକ୍ଷିକ ପ୍ରଗତି ମୂଳକ  ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ କୁମାର ପ୍ରଧାନ ଓ ସିଆରସିସି ଲୋକନାଥ ପ୍ରଧାନ ସଂଯୋଜନା ଓ ପରିଚାଳନା କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ଡେ଼ଲାଙ୍ଗ ମଣ୍ଡଳ ସହ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସୁଷମା ଦାଶ ଯୋଗ ଦେଇ  ଶିଶୁ ମାନେ ହିଁ ଏ ସମାଜ ଓ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ବୋଲି କହିଥିଲେ।।  ଚଳିତ ବର୍ଷ ପ୍ରଥମ କରି ଶିଶୁ ବାଟିକା ଶ୍ରେଣୀରେ ନାମ ଲେଖାଇଥିବା ଶିଶୁ ମାନଙ୍କ ପ୍ରତି ସ୍ଵତନ୍ତ୍ ଧ୍ୟାନ ଦେବାକୁ ସେ ସୁପରାମର୍ଶ ଦେଇଥିଲେ। ଶିବିରରେ ଶିକ୍ଷକ ସୂର୍ଯ୍ୟକାନ୍ତ ନାୟକ ବିଭିନ୍ନ  ଶିକ୍ଷଣ କାର୍ଯ୍ୟ ଉପସ୍ଥାପନ କରିଥିଲେ। ଶିବିରରେ ମୁଖ୍ୟତଃ ଶିକ୍ଷକ ସହାୟକ ପୁସ୍ତିକା ଓ କାର୍ଯ୍ୟ ପୁସ୍ତିକା ମଧ୍ୟରେ ସମ୍ପର୍କ, ବହୁ ଶ୍ରେଣୀୟ ପାଠ୍ୟ ଯୋଜନା ପ୍ରସ୍ତୁତି , ଶୈକ୍ଷିକ କ୍ୟାଲେଣ୍ଡର , ବିଦ୍ୟାଳୟ ବିକାଶ ଯୋଜନା,ସମୟ ନିର୍ଘଣ୍ଟ ଆଦି ଉପରେ  ଆଲୋଚନା ହୋଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ହରିଚନ୍ଦନ, ଶିକ୍ଷୟିତ୍ରୀ ବୀଣାପାଣି ନାୟକ,ଖୁରି ହାଁସଦା ,ବୀଣାପାଣି ରାଉତ,କୁନି ମଲିକ୍,  ଦୀପ୍ତିମୟୀ ବେହେରା,ସତ୍ୟଭମା ବେହେରା,ଶିକ୍ଷକ ଅଭୟ ରଥ,ପ୍ରଦୀପ କୁମାର ସେଠୀ,ଦିଲ୍ଲୀପ ପ୍ରଧାନ,ଅଭୟ ଚରଣ ସାହୁ,ଭଗବାନ ନାୟକ, ତ୍ରିନାଥ  ସେନାପତି, ପୁରନ୍ଦର ପ୍ରଧାନ,ନିରୋଦ ନରେନ୍ଦ୍ର,ନୃସିଂହ ନାଥ ପାଇକ , କୃଷ୍ଣଚନ୍ଦ୍ର ବେହେରା, ଦୀନେଶ କୁମାର ହେମ୍ବ୍ରମ୍ ଓ ଅନ୍ୟମାନେ ଶିବିରରେ ଯୋଗ ଦେଇ ଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୭/୨୦୨୫---୮,୪୫ Sakhigopal News,21/7/2025

Blog Archive

Popular Posts