ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ୟୋଗୋତଶବ -୨୦୨୨
Yogotashab-2022 at Centurion University.
ଜଟଣୀ ---ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଏବଂ ମୋରାର୍ଜୀ ଦେଶାଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଯୋଗ, ଆୟୁଷ୍ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ “ୟୋଗୋତଶବ -୨୦୨୨” ପାଳିତ ହୋଇଯାଇଛି । ଯୋଗର ଅଷ୍ଟମ ଆନ୍ତର୍ଜାତୀୟ ଦିବସ ଉପଲକ୍ଷେ କେନ୍ଦ୍ର ମନ୍ତ୍ରଣାଳୟ ଦ୍ଵାରା ଆରମ୍ଭ କରାଯାଇଥିବା ୧୦୦ଦିନ, ୧୦୦ସହର, ୧୦୦ଆନୁସ୍ତନର ଏହା ୫୪ଦିନରେ ପହଞ୍ଚିଛି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ସକାଳ ୬.୩୦ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ ସାଧାରଣ ଯୋଗର ବ୍ୟବହାରିକ ସମ୍ପର୍କରେ ଥିଲା । ମୁଖ୍ୟ ଅତିଥି ମାନ୍ୟବର ଡ. ଉମାଶଙ୍କର ଦାଶ, ଆଇପିଏସ୍, ଡେପୁଟି କମିଶନର, ଭୁବନେଶ୍ୱର, ଓଡ଼ିଶା, ଡ. ୟୁ.କେ ପ୍ରୁଷ୍ଟି, ଅନୁସନ୍ଧାନ ଅଧିକାରୀ, ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାର, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଏବଂ ନିର୍ଦ୍ଦେଶକ, ପ୍ରଫେସର ଜଗନ୍ନାଥ ପାଦୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଯୋଗ ଅଭ୍ୟାସକାରୀଙ୍କୁ ଏକ ସୁସ୍ଥ ଜୀବନଶଇଲୀ ଏବଂ ସଠିକ ସମୟ ପରିଚାଳନା ପାଇଁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ଥିଲେ ପ୍ରଦିପ କୁମାର ସାହୁ । ୧୦୦ ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ସହିତ ଅଧିବେଶନ ଜାରି ରହିଥିଲା । ଯେଉଁଥିରେ କଲେଜ ଛାତ୍ର, ଆୟୁଷ ଯୋଗ ପ୍ରଶିକ୍ଷକ, ଜେନେରାଲ ଯୋଗ ଅଭ୍ୟାସକାରୀ ଏବଂ ଭୁବନେଶ୍ୱର ପ୍ରଶାସକଙ୍କ ଅଧିକାରୀ ଯୋଗ ଦେଇଥିଲେ। କଟକ ଯୋଗ ଆସୋସିଏସନର ଛାତ୍ରମାନଙ୍କ ଦ୍ୱାରା ସଂଗୀତ ସହିତ ସୁନ୍ଦର ଆର୍ଟିଷ୍ଟିକ୍ ଯୋଗ ପ୍ରଦର୍ଶନ ଏବଂ ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ସ୍ଵସ୍ତ୍ୟକର କ୍ଷୟଦ ବଣ୍ଟନ କରାଯାଇଥିଲା ।
ଦିନର ଦ୍ୱିତୀୟ ଅଧିବେଶନ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଜଟଣୀ କ୍ୟାମ୍ପସରେ ଆନୁଷ୍ଠିତ ହୋଇଥିଲା । ଏହି ଅଧିବେଶନକୁ ସ୍ଵାମୀ ସିବା ଚିଦାନନ୍ଦ ସରସ୍ୱତୀ ସଭାପତି କରିଥିଲେ । ଡ. ପ୍ରସନ୍ନ ଦାସ, ଲାଇଫ୍ କୋଚ୍ ଏବଂ ମୋଟିଭେସନ୍ ସ୍ପିକର, ମୁଖ୍ୟ କୋଚ୍, ମାନବ ଅଧ୍ୟୟନ କେନ୍ଦ୍ର, ଭୁବନେଶ୍ୱର, କୁଷି ପାଇଁ ଯୋଗ ଓ ଡ. ଇନ୍ଦୁ ମହାନ୍ତିଙ୍କ, ମନୋବିଜ୍ଞାନରେ କ୍ୟାରିୟର ପରାମର୍ଶଦାତା ଦ୍ୱାରା ଏକତା ପାଇଁ ଯୋଗ ଭଳି ବିଷୟରେ ଛାତ୍ରଛାର୍ତିଙ୍କୁ ବୁଝାଇଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୦/୪/୨୦୨୨---୫,୨୦ Sakhigopal News,30/4/2022