ନୂଆସମେଶ୍ୱରପୁର ଗ୍ରାମରେ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ
New idol inauguration ceremony in Nuasameshwarpur village.
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆସମେଶ୍ୱରପୁର ଗ୍ରାମରେ ଥିବା ଗୋପିନାଥ ଦେବଙ୍କ ମନ୍ଦିରରୁ ୭ଗୋଟି ମୁର୍ତ୍ତି ଚୋରି ହୋଇଥିଲା । ଗ୍ରାମାବସୀଙ୍କ ସହଯୋଗରେ ୨୪ ତାରିଖରୁ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିଲା । ୨୭ ତାରିଖ ଅପରାହ୍ନରେ ଅନୁଷ୍ଠିତ ଯଜ୍ଞରେ ପୂର୍ଣ୍ଣାହୂତି ଦିଆଯିବା ସହ ଠାକୁର ମାନେ ମନ୍ଦିରକୁ ପ୍ରବେଶ କରିଥିଲେ । ମା ଦୁର୍ଗା, ଶ୍ରୀ ରାଧାକୃଷ୍ଣ, ଶ୍ରା ମଦନମୋହନ, ଚନ୍ଦ୍ରଖେଶର, ପାର୍ବତୀ, ନୃସିଂହଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । କର୍ତ୍ତା ଭାବେ ନବକୃଷ୍ଣ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମିଶ୍ର, କ୍ଷେତ୍ରମୋହନ ମିଶ୍ର, ଭାସ୍କର ମିଶ୍ର, ଜଗଦାନନ୍ଦ ମିଶ୍ର, ହରେକୃଷ୍ଣ; ମିଶ୍ର ରହିଥିବା ବେଳେ ପୁରୋହିତ ଭାବେ ବିଶ୍ୱମ୍ବର ଦାଶ ଓ ତାଙ୍କ ସହଯୋଗୀ ମାନେ ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ । ଏହି ଅବସରରେ ଗ୍ରାମ ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ମନ୍ଦିର ବିଭିନ୍ନ ଫୁଲ ଓ ରଙ୍ଗ ବେରଙ୍ଗ ଆଲୋକ ମାଳରେ ସୁସଜିତ କରାଯାଇଥିଲା । ଚାରିଦିନ ଧରି ଗ୍ରାମରେ ଆମିଷ ନିଷେଧ କରାଯାଇଥିଲା । ସୁସଜିତ ଶଗଡିରେ ବାଜା, ବାଣ, ଘଣ୍ଟ, ଘଣ୍ଟି ଘୋଡନାଚ ଆଦି କରି ବିଗ୍ରହ ମାନଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା । ସଂଧ୍ୟାରେ ସମୁହ ପ୍ରସାଦ ସେବନ କରାଯାଇଥିଲା । ଗ୍ରାମର ଯୁବକ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୪/୨୦୨୨---୬,୫୦
Sakhigopal News, 27/4/2022