Breaking News

ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ


କଣାସ --- ପୁରୀ ଜିଲ୍ଲା କଣାସ ବ୍ଲକ ଗଡିଶାଗୋଦା ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର କାମଦେବ ପଶ୍ଚମିକବାଟଙ୍କୁ ଗତ ୨୧ତାରିଖ ରାତିରେ କାର ଯୋଗେ ଘରକୁ ଦୟାନଦୀ ବନ୍ଧରେ ଫେରୁଥିବା ବେଳେ ଗୋଲରା ଗ୍ରାମର ୩ଜଣ ବ୍ୟକ୍ତି କାମଦେବଙ୍କୁ ଟାଣି ଆଣି ମାରଣା ଅସ୍ତ୍ରରେ ଆକ୍ରମଣ କରିଥିଲେ । ଯାହାଦ୍ୱାରା କି କାମଦେବ ଗୁରୁତ୍ୱର ଭାବେ ଆହାତ୍ ହୋଇଥିଲେ । ଖବରପାଇ ଗଡିଶାଗୋଦା ଥାନା ଅଧିକାରୀ ଘଟଣାସ୍ଥଳକୁ ଆସି କାମଦେବକୁ ଚିକିତ୍ସା ପାଇଁ କଣାସ ଡାକ୍ତରଖାନା ଆଣି ଚିକିତ୍ସା କରି ତାଙ୍କ ବାସଗୃହରେ ଛାଡିଥିଲେ । ତାଙ୍କର ଅବସ୍ଥା ଖରାପ ହେବାରୁ ପୁରୀ ଡାକ୍ତରଖାନା ଓ ପରେ ପରେ ଭୁବନେଶ୍ୱର ଡାକ୍ତରଖାନାକୁ ପଠାଇଦିଆଯାଇଥିଲା । କାମଦେବଙ୍କ ପତ୍ନୀ ଅଞ୍ଜନା ପଶ୍ଚିମକବାଟ ଗଡିଶାଗୋଦା ଥାନାରେ ଏତେଲା ଦେବାକୁ ଯାଇଥିବା ବେଳେ ଗଡିଶାଗୋଦା ଥାନା ଅଧିକାରୀ ଆକ୍ରମଣସ୍ଥଳ ଆମ ଅଧିନରେ ନ ଥିବାରୁ କଣାସ ଥାନା ଅଧିନରେ ଥିବାରୁ କଣାସ ଥାନାରେ ଦେବାପାଇଁ କହିଥିଲେ । ସେ ଅନଲାଇନ୍‌ରେ କଣାସ ଥାନାକୁ ଏତେଲା ପଠାଇଦେଇଥିଲେ । ୩ଦିନ ବିତିଯାଇଥିବାରୁ ଆସାମୀକୁ କାହିଁ କି ପୋଲିସ୍ ଗିରଫ କରୁନାହିଁ ପ୍ରତିବାଦ କରି ୩୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଗଡିଶାଗୋଦା ଥାନା ଆଗରେ ଧାରଣାରେ ବସିରହିଥିଲେ । ଥାନା ଅଧିକାରୀ ସୁଧିର ଦାସ ମହିଳାମାନଙ୍କୁ ବୁଝାସୁଝା କରିବା ସହିତ ତୁରନ୍ତ ଆସାମୀକୁ ଧରି କଣାସ ଥାନାକୁ ହସ୍ତାନ୍ତର କରିବାପାଇଁ ପ୍ରତିସୃତି ଦେବାରୁ ଧାରଣାରତ ମହିଳା ଓ ପୁରୁଷମାନର ଧାରଣାରୁ ଉଠିଆସିଥିଲେ । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୨୫/୭/୨୦୨୫---୧୦,୧୫   Sakhigopal News, 25/7/2025


Blog Archive

Popular Posts