Breaking News

ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଧକ୍କାରେ ଜଣେ ଆହତ , ଅଳ୍ପକେ ବର୍ତିଲେ ୨ ପୁଅ ଝିଅ

One injured in Janani Express ambulance crash
 
ଭଞ୍ଜନଗର--ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁସାହି ନିକଟରେ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ୍ ଧକ୍କାରେ ବାଇକ୍ ଆରୋହୀ  ଜଣେ ଆହତ ହୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ରହିଛନ୍ତି ।  ଆହତ ବାଇକ୍ ଚାଳକ ନିଳାଞ୍ଚଳ ଗୌଡ ତାଙ୍କ ଘର ନିକଟସ୍ଥ ଲଣ୍ଡେଇସାହିରେ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ତାଙ୍କର ଦୁଇ ପୁଅ ଓ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ନେବାରେ ଆହତ ନିଳାଞ୍ଚଳ ତାଙ୍କର ପୁଅ ଓ ଝିଅକୁ ଧରି ସ୍କୁଲରୁ ଘରକୁ ଫେରୁଥିବା ବେଳେ ନୂଆଁ ସାହି ନିକଟରେ ଆମ୍ବୁଲାନ୍ସଟି  ରାସ୍ତା କଡ଼ରେ ରହିଥିଲା । ଏହି ସମୟରେ ବାଇକ୍ ଟ ଅତିକ୍ରାନ୍ତ କରୁଥିବା ସମୟରେ ଆମ୍ବୁଲାନ୍ସଟି ହଠାତ୍ ରାସ୍ତା ଉପରକୁ ଆସି ବାଇକ୍ କୁ ଧକ୍କା ଦେଇଥିଲା ।  ଫଳରେ ବାଇକ୍ ଚାଳକ ନିଳାଞ୍ଚଳ ଓ ତାଙ୍କର ୨ ପୁଅଝିଅ ଆହତ ହୋଇଥିଲେ । ବାଇକ୍ ଚାଳକ ନିଳାଞ୍ଚଳଙ୍କ ଗୋଡ ଭାଙ୍ଗି ଯାଇଥିଲା ।  ନିଳାଞ୍ଚଳ ଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ପରେ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୨୨/୪/୨୦୨୨---୯,୧୦   Sakhigopal News,22/4/2022

Blog Archive

Popular Posts