Breaking News

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

   Self-defense training camp is celebrated
  ଭଞ୍ଜନଗର ---ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର +୨ ପ୍ରଥମବର୍ଷ ଛାତ୍ରୀମାନଙ୍କ ଅଷ୍ଟଦିବସୀୟ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ରମଣୀ ରଂଜନ ମିଶ୍ର ଅଧ୍ୟକ୍ଷତା କରିଥିଲେ ।  ମୁଖ୍ୟବକ୍ତା ଭାବେ ଜଗନ୍ନାଥ ପ୍ରସାଦଥାନା ଅଧିକାରୀ  ଦିଲ୍ଲୀପ କୁମାର ସ୍ବାଇଁ ଏବଂ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡାକ୍ତର ରାଜେନ୍ଦ୍ର ପ୍ରସାଦ ସ୍ବାଇଁ ଯୋଗଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ସ୍ବାଇଁ ନାରୀସୁରକ୍ଷାର ଆଇନଗତ ସୁବିଧା ଏବଂ ନାରୀ ନିର୍ଭିକ ହେବାସହିତ ଯଦି କୌଣସି ଅସାମାଜିକ ବ୍ୟକ୍ତି କିଛି ଅସାଦାଚାରଣ କରେ ତେବେ ଉକ୍ତ ଆତ୍ମସୁରକ୍ଷା କୌଶଳ କୁ ଆପଣେଇ ତାକୁ ସାବାଡ କରାଇପାରିଲେ ଜଗନ୍ନାଥପ୍ରସାଦ ଥାନା ଏଦିଗରେ ସେମାନଙ୍କୁ ପୁରସ୍କୁତ କରିବ ବୋଲି କହି ଛାତ୍ରୀମାନଙ୍କ ଭିତରେ ଆତ୍ମବିଶ୍ବାସ ସୁଷ୍ଟି କରିଥିଲେ । ସେହିପରି ମୁଖ୍ୟଅତିଥି ଶ୍ରୀ ସ୍ବାଇଁ ନାରୀଜାଗ୍ରତ ହେଲେ ଦେଶ ଜାଗ୍ରତ ହେବ ବୋଲି ମତବ୍ୟକ୍ତ କରିଥିଲେ । ଆତ୍ମସୁରକ୍ଷା ତାଲିମ ଶିବିରର ସଂଯୋଜକ ଅଧ୍ୟାପକ ବସନ୍ତ କୁମାର ଶତପଥି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ପ୍ରଦାନ କରି କହିଥିଲେ ଯେ ରାଜ୍ୟ ସରକାର ୨୦୧୩ ମସିହାଠାରୁ ଛାତ୍ରୀମାନଙ୍କ ସୁରକ୍ଷାପାଇଁ ପ୍ରତ୍ୟେକ ମହାବିଦ୍ୟାଳୟରେ ପ୍ରତ୍ୟେକ ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ ଦେବାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଯାହାର ମୂଳଲକ୍ଷ୍ୟ ଥିଲା ଛାତ୍ରୀମାନଙ୍କ ଭିତରେ ଆତ୍ମବିଶ୍ବାସ,ସାହାସ,ଏବଂ ଶାରିରୀକ ଦକ୍ଷତା ତଥା ପ୍ରତ୍ୟେକ କ୍ଷେତ୍ରରେ ଛାତ୍ରୀଟିଏ କିଭଳି ନିଜର ପାରଦର୍ଶିତା ଦେଖାଇପାରିବ ।ମାଷ୍ଟର ଟ୍ରେନର ପ୍ରିୟଙ୍କା ସ୍ବାଇଁ ଓ ସଙ୍ଗିତା ସ୍ବାଇଁ ଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଇଥିବା ୧୬୬ ଜଣ ଛାତ୍ରୀ ଉପସ୍ଥିତ ଥିଲେ ଏବଂ ସେମାନେ ଅତିଥିମାନଙ୍କ ଆଗରେ ନିଜର କୌଶଳ ମଧ୍ୟପ୍ରଦର୍ଶନ କରିଥିଲେ । ଏହି ଅବସରରେ ସମସ୍ତଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଅଧ୍ୟାପିକା ମିନତୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । .ଉକ୍ତକାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା,କର୍ମଚାରୀ ମାନେ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୪/୨୦୨୨---୧୦,୦୫  Sakhigopal News,27/4/2022

Blog Archive

Popular Posts