Breaking News

ରୋହିତ ନାୟକଙ୍କୁ ଲୁହ ଓ କୋହରେ ଭାବମୟ ଶ୍ରଦ୍ଧାଞ୍ଜଳି

Emotional tribute to Rohit Nayak with tears and tears

ଭେଡେନ:- ସ୍ରଷ୍ଟାର କେବେ ମୃତ୍ୟୁ ନାହିଁ । ପାର୍ଥିବ ଶରୀର ନଶ୍ୱର ମାତ୍ର ସାରସ୍ୱତ ସାଧନାଦୀପ୍ତ ଶରୀର ସଦା ଶାଶ୍ୱତ ।  ବିବେକ, ବିଚାର, ବ୍ୟବହାର ର ପୂର୍ଣତା ବ୍ୟକ୍ତି ସତ୍ତାକୁ ଅମର କରିଦିଏ । ଦିବଙ୍ଗତ ଉଦୀୟମାନ ଯୁବ କବି ରୋହିତ ନାୟକ କେବଳ ଜଣେ ସାରସ୍ୱତ ସାଧକ ନ ଥିଲେ ସେ ଭଲ ମଣିଷ ଟିଏ ଥିଲେ । ସରଳ, ନିଷ୍କପଟ ଓ ଅମାୟୀକ ବ୍ୟବହାର ହିଁ ତାଙ୍କୁ ଶ୍ରଦ୍ଧାଶୀଳ କରି ପାରିଥିଲା । ତାଙ୍କ ଆକସ୍ମିକ ବିୟୋଗ ଆମ ସମସ୍ତଙ୍କ ପାଇଁ ଅପୁରଣୀୟ କ୍ଷତି ବୋଲି ତାଙ୍କ ଶ୍ରାଦ୍ଧ ସଭାରେ ଉପସ୍ଥିତ କବି, ବକ୍ତା, ଶୁଭେଛ୍ଛୁ ସମସ୍ତେ ମତ ବ୍ୟକ୍ତ କରିଥିଲେ । ମନୋହର ସାଂସ୍କୃତିକ ସଂସଦ ଭେଡେନ ର ଆହ୍ବାନ କ୍ରମେ ତଥା ଉକିଆ ସାହିତ୍ୟ ସଂସଦର ସହଭାଗିତା ରେ ଅନୁଷ୍ଠିତ କବି ରୋହିତ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ କଥାକାର ତେଜରୁ ବାରିକ ସଂଚାଳନା କରିଥିଲେ । ସଂସଦର ସଭାପତି ଉତ୍ପନ୍ନ କୁମାର ଭୋଇ , ସରକଣ୍ଡା ସରପଞ୍ଚ ହିଟଲର ମେହେର ,କବି ଗୌର ଚରଣ ପ୍ରଧାନ, ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠି, କ୍ରାନ୍ତିକବି ହରିଲାଲ ସାହୁ ପ୍ରମୁଖ କବିଙ୍କ ବ୍ୟକ୍ତିଗତ ଓ ସାରସ୍ୱତ ଜୀବନ ଉପରେ ସୃତି ଚାରଣ କରି ତାଙ୍କ ଅପ୍ରକାଶିତ କୃତିର ସଂରକ୍ଷଣ ଓ ପ୍ରକାଶନ ଉପରେ ମତ ରଖିଥିଲେ । ସଂଘର୍ଷ ଓ ସମର୍ପଣ ଉପରେ କବିଙ୍କ ବ୍ୟକ୍ତିତ୍ୱ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଭଗବାନ ସହାୟ ହୋଇଥାନ୍ତୁ ବୋଲି ବକ୍ତାଗଣ ମତ ବ୍ୟକ୍ତ କରିଥିଲେ ।
     ଏହି ସୃତି ସଭାରେ ଉକିଆ ସାହିତ୍ୟ ସଂସଦର ଉମେଶ ପ୍ରଧାନ, ଅଧ୍ୟାପକ ସୁଭାସ ଭୁଏ, ଗୌର ଚରଣ ସା, ତରନିସେନ ଗୁରୁ ,ମାନସ ରଞ୍ଜନ ଦାଶ, ବିକାଶ ବାଗ, ରାକେଶ ସାହୁ, ନମିତା ଦୀପ ଯାଦବ, ଦୟିନୀ ସାଂସ୍କୃତିକ ପରିଷଦ ରୁ କବି ମୁନିରାମ କୁମ୍ଭାର, ରୋହିତ ମେହେର, ନକୁଲ ମେହେର, ରଞ୍ଜିତ ପ୍ରଧାନ, ଛାଏଁ ଛଏଁରା କଳାପଟା ସାହିତ୍ୟ ପତ୍ରିକାରୁ କୁମୁଦ ବାରିକ, ଡମ୍ବରୁ ମେହେର, ଯଦୁମଣି ପଟେଲ, ସୁରଜ କୁମାର ସାହୁ, ଲଳିତ ବାରିକ, ମଧୁସୂଦନ ରଣା, ଦିଲ୍ଲୀପ କୁମାର ସାହୁ, ଗୋପାଳ ଭେସ୍ରା, ସୁରେନ ମେହେର, ଡିଲେଶ୍ୱର ସାହୁ ପ୍ରମୁଖ କବିଙ୍କୁ ଭାବମୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ କବି ତରଣୀସେନ୍ ଗୁରୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୪/୨୦୨୨---୪,୨୫ Sakhigopal News,21/4/2022

Blog Archive

Popular Posts