ପୋଖରୀରେ ବୁଡି ନାବାଳକର ମୃତ୍ୟୁ
A minor drowned in a pond
ଭଞ୍ଜନଗର---ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ବିଲୁଆପଡା ଗ୍ରାମର କବି ପ୍ରଧାନଙ୍କ୧୬ବର୍ଷଆ ନାବାଳକ ଶିବ ପ୍ରଧାନ ନିକଟସ୍ଥ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ଖବର ନେବାରେ ଶିବ ସକାଳୁ ଗ୍ରାମ ନିକଟ ପୋଖରୀକୁ ଗାଧେଇବାକୁ ଯାଇ ଗାଧେଇବା ସମୟରେ ଅସାବଧାନତା ଯୋଗୁଁ ପାଣିରେ ବୁଡି ଯାଇଥିଲା ।ବହୁ ସମୟ ଧରି ଶିବ ଘରକୁ ନ ଫେରିବାରୁ ଶିବ ପରିବାର ବହୁ ଖୋଜାଖୋଜି କରିବା ସତ୍ତ୍ବେ ଶିବର କୈଣସି ପତ୍ତା ମିଳିନଥିଲା । ସନ୍ଧ୍ୟା୫ଟା ସମୟରେ ଗ୍ରାମ ନିକଟ ପୋଖରୀରେ ଶିବର ମୃତଦେହ ଭାସୁଥିବାର ଗ୍ରାମର କିଛି ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ପରିବାର ପହଞ୍ଚି ଏହି ଘଟଣାକୁ ନେଇ ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଖରୀରୁ ଶିବଠର ମୃତଦେହ ଉଦ୍ଧାର କରିବା ସହ ତଦନ୍ତକରି ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇ ଦିଆଯାଇଛି ବୋଲି ତାରସିଂ ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ କହିଛନ୍ତି ।ଏହି ଘଟଣାକୁ ନେଇ ଆମର ରିପୋର୍ଟ ହସ୍ତଗତ ହେବାପର୍ଯନ୍ତ ତାରସିଂ ଥାନାରେ ଅଭିଯୋଗ ହେଇନଥିବା ତାରସିଂ ଥାନା ଅଧିକାରୀ ଶ୍ରୀ ଦାଶ ଓ ଗାଲେରୀ ଫାଣ୍ଡି ଅଧିକାରୀ ଶ୍ରୀ ବେହେରା କହିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୧/୨୦୨୨---୯,୪୦
Sakhigopal News,4/1/2022