ସତ୍ୟବାଦୀ ବ୍ଳକରେ ବିଳମ୍ବିତ ରାତିରେ ଶେଷ ହେଲା ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକିୟା
Candidate verification in the Truth Block ended late at night
ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ୨୪ ଗୋଟି ଗ୍ରାମ ପଞ୍ଚାୟତ ରହିଥିବା ବେଳେ ୩୦୫ଟି ୱାର୍ଡ ରହିଛି । ଏଥିପାଇଁ ୬୭୦ ଜଣ ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥବା ବେଳେ ୨୦ଟି ପ୍ରାର୍ଥୀ ପତ୍ର ନାକଚ ହୋଇଛି । ୧୧୧ ଜଣ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ୧୮ ଗୋଟି ପ୍ରାର୍ଥୀପତ୍ର ନାକଚ କରାଯାଇଛି । ସେହିପରି ପଞ୍ଚାୟତ ସମିତିସଭ୍ୟ ପାଇଁ ୧୨୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୪୧ଟି ପ୍ରାର୍ଥୀପତ୍ର ନାକଚ କରାଯାଇଛି । ସେ ଗୁଡିକ ପୁଣି ଜଣେ ପ୍ରାର୍ଥୀ ଦୁଇ ଦୁଇ ଥର ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ଗୋଟିଏ କାଏମ ରଖି ଅନ୍ୟ ପ୍ରାର୍ଥୀପତ୍ର ନାକଚ କରାଯାଇଛି ବୋଲି ବ୍ଳକ ନିର୍ବାଚନ ଅଧିକାରୀ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ୱାର୍ଡ ସଭ୍ୟ ପାଇଁ କେତେକ ପ୍ରାର୍ଥୀ ଜାତିଗତ ପ୍ରମାଣପତ୍ର ସଠିକ ଦେଇନଥିବାରୁ ପ୍ରାର୍ଥୀପତ୍ର ନାକଚ ହୋଇଥବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧/୨୦୨୨---୭,୨୦
Sakhigopal News , 23/1/2022