ଜାତିଆଣ ଆକ୍ଷେପ କରି ଧମକ ଦେବା ଅଭିଯୋଗ ରେ , ଥାନାରେ ଏତଲା ; ପ୍ରଶାସନ ତରଫରୁ144 ଜାରି
In charge of caste, in charge of caste, 144 issued by the administration
ଭଞ୍ଜନଗର--- ନାମାଙ୍କନ ପତ୍ର ଦାଖଲ ସମୟରେ ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେବା ଏବଂ ଜାତିଆଣ ଆକ୍ଷେପ କରି ଧମକ ଦେବା ଅଭିଯୋଗ ରେ ଜଣେ ସମିତି ସଭ୍ୟ ପ୍ରାର୍ଥୀ ଜଗନ୍ନାଥପ୍ରସାଦ ଥାନା ରେ ଲିଖିତ ଏତାଲା ଦେଇଛନ୍ତି । ଏନେଇ ଜଗନ୍ନାଥପ୍ରସାଦ ପଞ୍ଚାୟତରୁ ସଂପୃକ୍ତ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ମାନେ ଜଗନ୍ନାଥପ୍ରସାଦ ରେ ପ୍ରତିବାଦ କରିଥିଲେ । ସୂଚନା ପ୍ରକାରେ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପରେ ଜଗନ୍ନାଥପ୍ରସାଦ ବ୍ଳକ ରେ ଯାଞ୍ଚ ପ୍ରକ୍ରିୟା ହୋଇଥିଲା । ଏଥିରେ ଜଗନ୍ନାଥପ୍ରସାଦ ପଞ୍ଚାୟତର ସମିତି ସଭ୍ୟ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା କବିରାଜ ବେହେରା ଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଥିଲା । ମିଥ୍ୟା ଜାତିଗତ ପ୍ରମାଣ ବ୍ୟବହାର କରି ନାମାଙ୍କନ ପତ୍ର ଦାଖଲ କରିଥିବା ଅଭିଯୋଗ ଆଣିଥିଲେ ଅନ୍ୟତମ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଯୁଧିଷ୍ଠିର ସେଠୀ । ଏହାପରେ କବିରାଜ ବେହେରା ଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା କୁହାଯାଇଛି । ଘଟଣା ର ତଦନ୍ତ ସାଙ୍ଗକୁ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି । ଯଦି କାର୍ଯ୍ୟାନୁଷ୍ଠାନ ନହୁଏ ତା'ହେଲେ , ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ସ୍ଥାନୀୟ ନେତା ତଥା ବିଜୁଜନତା ଦଳର ବିପ୍ରଚରଣ ବାରିକ , ଦିବାକର ନାୟକ ପ୍ରମୁଖ ଙ୍କ ଠାରୁ ସୂଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧/୨୦୨୨--- ୧୦--୨୦ Sakhigopal News,23/1/2022