Breaking News

ଡକାୟତି ଗ୍ୟାଙ୍ଗକୁ ଧରିଲା ସଇଁନ୍ତଳା ପୁଲିସ

Saintala police arrested the robbery gang.
   ବଲାଙ୍ଗୀର---  ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲିର ବ୍ୟବସାୟୀ ଅଜିତ ସାହୁଙ୍କ ଘରୁ ଗତ ୧୩ ତାରିଖ ଦିନ  ୬ ଜଣ ମୁଖାପିନ୍ଧା ଡକାୟତ ଦଳ ଆସି ମାରଣାସ୍ତ୍ର ଦେଖାଇବା ସହ ଜଣକୁ ଆକ୍ରମଣ କରି  ନଗଦ ୬ ଲକ୍ଷ ଟଙ୍କା ଓ ବ୧୦ ଭରି ସୁନା ଅଳଙ୍କାର ଲୁଟି ନେଇଥିଲେ । ଏସମ୍ପର୍କରେ ଅଜିତ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସଇଁତଲା ଥାନ ଅଧିକାରୀ ଅବନୀ ସାହୁ ଓ ଟିଟିଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ସତପଥୀ ଘଟଣା ସ୍ଥଳକୁ ଆସି ଘଟଣା ସମ୍ପର୍କରେ ତଦାରଖ କରିଥିଲେ।ପରେ ଅପରାଧୀ ମାନଙ୍କୁ ଧରିବା ପାଇଁ ବଲାଙ୍ଗୀର ଏସପି ନିତିନ କୁଶଳକରଙ୍କ ନେତୃତ୍ୱରେ ଟିଟିଗଡ଼ ଏସଡ଼ିପିଓ,ଟିଟିଗଡ଼ ଥାନ ଅଧିକାରୀ ରଞ୍ଜନ କୁମାର ବରୀହା, ସଇଁତଲା ଥାନ ଅଧିକାରୀ ଅବନୀ ସାହୁ ,ଏସଆଇ ସଙ୍ଗୀତା ବେକ,ଏସଆଇ ଥବିର ମହାରଣା, କାର୍ତିକ ପ୍ରଧାନ, ଦୀନବନ୍ଧୁ ମୁଦୁଲି, ପ୍ରମୋଦ କହ୍ନର ସଂକୀର୍ଥନ ପୁଟେଲ ଓ ଏମକେ ଭୋଇଙ୍କୁ ନେଇକି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା।ସ୍ଵନ୍ତ୍ରତ୍ର ଟିମ ଘଟଣା ସମ୍ପର୍କରେ ତଦାରଖ କରିବା ସହ କଡା ପେଟ୍ରୋଲିଂ କରୁଥିଲେ । ତେବେ ଗତ କାଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସଇଁତଲା ଥାନା ଅଧିକାରୀ  ଅବନୀ ସାହୁଙ୍କ ନେତୃତ୍ୱରେ ବେଳଗା ହାଇସ୍କୁଲ ଖେଳ ପଡିଆରେ କିଛି ବ୍ୟକ୍ତି ସଶସ୍ତ୍ର ସହ ଡକାୟତ କରିବାପାଇଁ ଯୋଜନା କରୁଥିବା ବେଳେ ସେମାନଙ୍କୁ ପୋଲିସି କାବୁ କରିବାରେ ସଫଳ ହୋଇଥିଲା। ତେବେ ସେମାନଙ୍କୁଠୁ କିଛି ମାରଣାସ୍ତ୍ର ଜବତ କରିବା ସହ ଥାନାକୁ ଆଣି ପଚରାଉଚରା କରିଥିଲା। ତେବେ ପଚରା ଉଚରା ପରେ ଉକ୍ତ ବ୍ୟକ୍ତିମାନେ ଡୁଙ୍ଗୁରିପାଲିର ବ୍ୟବସାୟୀଙ୍କ ଅଜିତ ସାହୁଙ୍କ ଘରୁ ଡକାୟତ କରିଥିବା ସ୍ୱୀକାର କରିଥିଲେ।ତେବେ ଅଧିକ ତଦନ୍ତ ପରେ ଉକ୍ତ ଗ୍ଯାଙ୍ଗରେ ବିଭିନ୍ନ ଅଞ୍ଚଳରୁ ୮ ଜଣ ସମ୍ପୃକ୍ତ ଥିବା ପୋଲିସ ସୂଚନା ପାଇଥିଲା। ତେବେ ଆଜି୮ଜଣ ଅପରାଧୀଙ୍କଠୁ ଦୁଇଟି ଲୁହା ଛଡ଼, ଗ୍ୟାସ ଲାଇଟର, ତିନୋଟି ବାଇକ,୨୨ ଏମଏମ ପିସ୍ତଲ,୭ଟି ମୋବାଇଲ ଫୋନ ସହ ଜବତ କରାଯାଇଛି । ଆଗରୁ ମଧ୍ୟ ୮ ଜଣ ଅପରାଧୀଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା  ରହିଛି । ସଇଁତଲା ପୋଲିସ ଟିଟିଗଡ଼ ଏସଡିପିଓଙ୍କ ଉପସ୍ଥିତରେ ଆଜି ସଇଁତଲା ଥାନାରେ ସାମ୍ବାଦିକ ସମ୍ମିଳନୀକରି ଜଣାଇଛନ୍ତି।
ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ ,୨୯/୧/୨୦୨୨----୯,୩୫ 
Sakhigopal News,29/1/2022

Blog Archive

Popular Posts