ପାଚେରୀ ପଡି କର୍ମଚାରୀଙ୍କ ମୃତ୍ୟୁ ; ନ୍ୟାୟ ଦାବିରେ ଥାନା ଆଗରେ ପରିବାର ଲୋକଙ୍କ ଧାରଣା
Employee death by falling wall; The idea of family members in front of the police station demanding justice.
ଜଟଣୀ---- ପାଚେରୀ ପଡି ପୈାରପରିଷଦର କର୍ମଚାରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସୋମବାର ମଧ୍ୟାହ୍ନରେ ମୃତକଙ୍କ ପରିବାର ଲୋକେ ଏବଂ ସଫେଇ କର୍ମଚାରୀମାନେ ମିଳିତଭାବେ କ୍ଷତିପୁରଣ ଦାବିରେ ଶବରଖି ଜଟଣୀଥାନା ଘେରାଉ କରିଥିଲେ । କ୍ଷୟକ୍ଷତି ସହାୟତା ଏବଂ ମୃତକଙ୍କ ପରିବାରରେ ଜଣଙ୍କୁ ଚାକିରୀ ପ୍ରତିଶୃତି ଦେବାପରେ ଆନ୍ଦୋଳନ କାରୀମାନେ ଧାରଣାରୁ ହଟିଥିଲେ । ଖବରପାଇ ଭୂବନେଶ୍ୱର କମିଶନରେଟ ପୁଲିସର ଜୋନ-୩ର ଏସିପି, ଖଣ୍ଡଗିରିଥାନା ପୁଲିସ, ଇନଫୋଭ୍ୟାଲି ଥାନାଧିକାରୀ, ତମାଣ୍ଡୋଥାନାଧିକାରୀ, ଜଟଣୀଥାନା ଆଇଆଇସି, ଜାଂଳାଫାଣ୍ଡି ଇନଚାର୍ଜ ପ୍ରଭୃତି ଜଟଣୀଥାନାଠାରେ ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିଥିଲେ । ଦିର୍ଘ ୩ ଘଣ୍ଟା ଧରି ଥାନା ସମୁଖରେ ଆନ୍ଦୋଳନ କାରୀମାନେ ମୂଖ୍ୟରାସ୍ତା ଅବରୋଧକରି ଦାବିସମୁହ ପୁରଣଲାଗି ଧାରଣରେ ବସିଥିଲେ । ଆନ୍ଦୋଳନ କାରୀମାନଙ୍କ ଦାବିକୁ ଆଧାରକରି ଜୋନ-୩ ଏସିପି ରଜତ ରାୟ ପୁଲିସ ଫଣ୍ଡରୁ ୨୦ହଜାର ଟଙ୍କା ସହାୟତା ଦେବାଲାଗି ପ୍ରତିଶୃତି ଦେବା ସହିତ ମୃତକ ଜଣଙ୍କ କାର୍ଯ୍ୟରତ ରହିଥିବା ଜଟଣୀ ପୈାରପରିଷଦ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି ୧୦ହଜାର ଟଙ୍କାର ପ୍ରତିଶୃତି ଦେଇଥିଲେ । ଏହା ବ୍ୟତିତ ମୃତକଙ୍କ ପରିବାରରୁ ଜଣେ ବ୍ୟକ୍ତିଙ୍କୁ ପୈାରପରିଷଦରେ ଚାକିରୀରେ ନିଯୁକ୍ତି ଦେବାଲାଗି ପ୍ରତିଶୃତି ମିଳିବାପରେ ଆନ୍ଦୋଳନକାରୀମାନେ ଧାରଣା ପ୍ରତ୍ୟାହୃତ କରିଥିଲେ । ସୁଚନା ଯୋଗ୍ୟ ଯେ ଜଟଣୀ ପୈାରପରିଷଦର ଜଣେ ସଫେଇ କର୍ମଚାରୀ ରବିବାର ଡ୍ରେନ ସଫେଇ କରୁଥିବା ବେଳେ ପାଚେରୀ ଭୂଷୁଡି ଘଟଣାସ୍ଥଳରେ ଜଣେ କର୍ମଚାରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ କର୍ମଚାରୀ ଗୁରୁତର ହୋଇଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୨୪/୧/୨୦୨୨ ---୭,୫୦
Sakhigopal News, 24/1/2022