Breaking News

ଖୋଲିଲା ବେଲପଡା ସମବାୟ ସମିତି ଧାନମଣ୍ଡି ; କୁଇଣ୍ଟାଲ ପ୍ରତି 7କେଜି କାଟରେ ଉଠିଲା ଧାନ

Belpada Cooperative Society Dhanmondi opened; Rice was cut at 7 kg per quintal


ଜଟଣୀ----- ଜଟଣୀବ୍ଲକ ଅଧିନସ୍ଥ ଧାନବିକ୍ରି ପାଇଁ ଚାଷୀଭାଇମାନଙ୍କର ଦିର୍ଘଦିନର ଦାବି ପୁରଣ ହୋଇଛିିି । ଚାଷୀମାନେ ଚଳିତବର୍ଷ ଧାନଦେବାଲାଗି ନାମ ପଞ୍ଜିକରଣ କରି ଟୋକନପାଇ ଶୁକ୍ରବାର ୪୦ଜଣ ଚାଷୀ ୧୧୯୩ କୁଇଣ୍ଟାଲ ଧାନ ମଣ୍ଡିରେ ବିକ୍ରୟ କରିଛନ୍ତି  ।  ଖୋର୍ଦ୍ଧାର ଦଣ୍ଡେଶ୍ୱର ରାଇସମିଲ ଧାନଗୁଡିକ ଉଠାଇଥିବା ଜଣାପଡିଛି  । ଦଣ୍ଡେଶ୍ୱର ରାଇସ ମିଲର କ୍ୱିଂଟାଲ ପିଛା ୭କେଜି କଟନିଛଟନି କରି ନେବାଲାଗି ମିଲର ଓ ଚାଷୀଙ୍କ ମଧ୍ୟରେ ବୁଝାମଣା ହୋଇଛି ।  ସୁଚନାଯେ, ଜଟଣୀବ୍ଲକ ଅଧିନସ୍ଥ ୧୧ଟି ମଣ୍ଡି ଅଧୀନରେ ରହିଥିବା ଚାଷୀମାନେ ଗତ ଅଗଷ୍ଟ ମାସରୁ ପଜିଂକରଣ କରିଥିଲେ । ମାତ୍ର ମିଲର ଧାନ ନେଉନଥିବା ଅଭିଯୋଗ ହୋଇଆସୁଥିଲା । ମିଲରଙ୍କଠାରୁ ସରକାର ଏଫଏକ୍ୟୁ ମାନର ଧାନ ବ୍ୟତିତ ଅନ୍ୟ ଧାନନେବାକୁ ରୋକଠୋକ ବାରଣ କରୁଥିବାରୁ ମିଲର ଧାନ ନେଉନଥିବା କୁହାଯାଇଛି । ଅନ୍ୟପକ୍ଷରେ ଚାଷୀଙ୍କୁ ଏଫଏକ୍ୟୁ ମାନର ବିହନ ଯୋଗାଉ ନାହାନ୍ତି ସରକାର ବୋଲି ଚାଷୀ ଦାବି କରୁଛନ୍ତି । ତେଣୁ ପଞ୍ଜିକରଣ କରି ଚଳିତମାସ ୭ ତାରିଖରେ ମଣ୍ଡି ଖୋଲିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ରହିଥିବା ବେଳେମଣ୍ଡି କିନ୍ତୁ ଏହି କାରଣରୁ  ଖୋଲାଯାଉନି ବୋଲି ମିଲର କହିଛି । ଗତ ଅଗଷ୍ଟ ମାସରୁ ୨୧୨୬ଜଣ ଚାଷୀ ପଜିଂକରଣ କରି ମଣ୍ଡି ଖୋଲିବାକୁ ଅନେଇ ବସିଛନ୍ତି । ଅଦିନିଆ ବର୍ଷାରେ ବିଲ ଓ ଖଳାରେ ଧାନ ନଷ୍ଟ ହେଉଥିବା ଚାଷୀ କହିଛନ୍ତି ।ଅନ୍ୟପଟେ ଚାଷୀ ଦେଉଥିବା ଧାନକୁ ମିଲିଂ କରିବାପରେ ନିମ୍ନମାନର ଚାଉଳ ନେବାକୁ ସରକାର ରାଜି  ନହେବାରୁ  ମିଲର ସୋସାଇଟିରୁ ଧାନ ନେବାକୁ ଅମଙ୍ଗ ହେଉଥିବା କହିଛି । ଗତବର୍ଷ କ୍ୱିଂଟାଲପିଛା ଧାନର ସହାୟକ ମୂଲ୍ୟ ୧୮୬୫ଟଙ୍କା ରହିଥିଲା । ମାତ୍ର ଚଳିତବର୍ଷ ଧାନର ସହାୟକ ମୂଲ୍ୟରେ ବୃଦ୍ଧି କରିଛନ୍ତି ସରକାର । ଚଳିତବର୍ଷ କୁଇଣ୍ଟାଲ  ପିଛା ୧୯୪୦ଟଙ୍କା ଧାର୍ଯ୍ୟ କରିଥିବା ବେଳେ (କ) ଶ୍ରେଣୀର ଧାନଲାଗି ୧୯୬୦ଟଙ୍କା ରଖିିଛନ୍ତି । 

 


ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିର୍ପୋଟ, ୨୧/୧/୨୦୨୨---୮,୪୫  Sakhigopal News, 21/1/2022


Blog Archive

Popular Posts