ଗୋବରା ପଞ୍ଚାୟତ ରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ପାଇଁ ୧୦ ଜଣଙ୍କ ନାମାଙ୍କନ ପତ୍ର ଦାଖଲ
ଭଞ୍ଜନଗର---- ବେଲଗୁଣ୍ଠା ବ୍ଳକର ୧୮ ଟି ପଞ୍ଚାୟତ ମଧ୍ୟରୁ ଚର୍ଚ୍ଚିତ ପଞ୍ଚାୟତ କୁହାଯାଉଥିବା ଗୋବରା ପଞ୍ଚାୟତର ସରପଞ୍ଚ ପାଇଁ ୫ ଜଣ ଓ ସମିତି ସଭ୍ୟ ପ୍ରାର୍ଥୀ ପାଇଁ ୫ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ୧୮ ଟି ଓ୍ବାର୍ଡ ମଧ୍ୟରେ ସମୁଦାୟ ୨୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବ୍ଳକ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ , ସରପଞ୍ଚ ପଦବୀ ପାଇଁ ନିରାକାର ସେଠୀ , ସୁପ୍ରଭା ନାୟକ , ନିରାକାର ନାୟକ , ଯୋଗେନ୍ଦ୍ର ସେଠୀ ଓ ନାରାୟଣ ନାଇକ ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ , ସମିତି ସଭ୍ୟ ପାଇଁ ଟିଟୁ ସାହୁ , ସାନୁଜ କୁମାର ସ୍ବାଇଁ ,ବିଭୁପାଦ ଜେନା , ଅଜିତ୍ କୁମାର ଗୈାଡ ଓ ରାଧାସ୍ବାମୀ ରାଜୁ ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ୧୮ ଓ୍ବାର୍ଡ ମଧ୍ୟରୁ ୭ , ୯ , ୧୦, ୧୧ , ୧୨ ,୧୩ , ୧୪ ଓ ୧୫ ନମ୍ବର ଓ୍ବାର୍ଡ ରେ କେବଳ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରି ଏକ ରକମ ବିଜୟୀ ହୋଇଛନ୍ତି । ଶନିବାର ଦିନ ଯାଞ୍ଚ ଓ ଆସନ୍ତା ୨୫ ତାରିଖ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ଚୁଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧/୨୦୨୨---- ୯,୨୦ Sakhigopal News,21/1/2022