Breaking News

କୋଠଘର କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ , ୫ ଗିରଫ

 Clashes between the two groups over the building, 5 arrests.
 ଭଞ୍ଜନଗର---ଗାଁ କୋଠଘର କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା , ଉଭୟ ପକ୍ଷର ୫ ଜଣ ଙ୍କୁ ଗିରଫ କରିଛି ତାରାସିଂ ଥାନା ପୋଲିସ । ଏହି ଥାନା ଅନ୍ତର୍ଗତ ବନ୍ତା ଗ୍ରାମରେ ଘଟିଛି ଏଭଳି ଘଟଣା । ଥାନା ସୂତ୍ରରୁ ମିଳିଥିବା ଖବର ଅନୁସାରେ ବନ୍ତା ଗ୍ରାମରେ ରହିଥିବା ଏକ କୋଠ ଘରକୁ ନେଇ ଗାଁ ର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ର ସୂତ୍ରପାତ ହୋଇଥିଲା । ଏବଂ ଗତ ୨୦ ତାରିଖ ରେ ଅନ୍ୟଗୋଷ୍ଠୀର ଏକ ଚାଳ ଘର ପୋଡ଼ି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା । ଏନେଇ ତାରାସିଂ ଥାନା ରେ ଲିଖିତ ଅଭିଯୋଗ ପରେ  ୨୬ ଓ ୨୭/୨୨ ରେ ଦୁଇଟି ମାମଲା ରୁଜୁ କରି ଉଭୟ ପକ୍ଷର ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଙ୍କ ମଧ୍ୟରେ ବନ୍ତା ଗ୍ରାମର ସନ୍ତୋଷ ପ୍ରଧାନ ,  ଭାସ୍କର ପ୍ରଧାନ , ଗଙ୍ଗାଧର ପ୍ରଧାନ , ରମେଶ ପ୍ରଧାନ ଓ ତ୍ରିନାଥ ପ୍ରଧାନ । ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧/୨୦୨୨-----୯,୨୫ Sakhigopal News,22/1/2022

Blog Archive

Popular Posts