Breaking News

ପୂର୍ବତନ ବ୍ଲକ ଅଧକ୍ଷା ସମିତି ସଭ୍ଯା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ

The former block chairperson submitted his nomination papers to the committee.

 ବଲାଙ୍ଗୀର----- ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଅଧକ୍ଷ ପଦ ଚଳିତ ନିର୍ବାଚନ ସାଧାରଣ ବର୍ଗ ପାଇଁ ଥିବା ବେଳେ ବେଶ ଚର୍ଚ୍ଚାରେ ରହିଛି ସଇଁତଲା ଅଧକ୍ଷ ପଦବୀ। ଉଭୟ କଂଗ୍ରେସ, ବିଜେପି ଓ ବିଜେଡି ସଇଁତଲା ବ୍ଲକ ଅଧକ୍ଷ ପଦକୁ ହାତେଇବା ପାଇଁ ଅଣ୍ଟା ଭିଡିଛନ୍ତି।ଗତ ୨୦ ବର୍ଷ ହେବ ସଇଁତଲା ବ୍ଲକ ଅଧକ୍ଷ ପଦ କଂଗ୍ରେସର ସମର୍ଥକ ହତୋଇଥିବା ବେଳେ ଚଳିତ ନିର୍ବାଚନ ବିଜେଡି ପାଇଁ ଏକ ଚାଲେଞ୍ଜର ବିଷୟ ପାଲଟିଛି । କାହିଁକିନା ସଇଁତଲା ବ୍ଲକ ଟିଟିଗଡ଼ ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ ।  ଟିଟିଗଡ଼ରେ ବିଜେଡିର ହେବିୱେଟ ନେତା ତଥା ମହିଳା ଓ ଶିଶୁବିକାଶ ମନ୍ତି ଟୁକୁନି ସାହୁ । କଂଗ୍ରେସର ହାଇ ଭୋଳଟେଜ ନେତା ସୁରେନ୍ଦ୍ର ସିଂ ଭୋଇକୁ ବିପୁଳ ସଂଖ୍ୟା ବ୍ୟବଧାନରେ ହରାଇ ଟିଟିଗଡ଼ ବିଧାୟକ ଆସନ ହାତେଇଛନ୍ତି । ଏହି ଭଳି ପରିପେକ୍ଷିରେ ସଇଁତଲା ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ସ୍ତ୍ରୀ ମୋନିକା ସିଂ ଭୋଇ ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୨୦/୧/୨୦୨୨ -----୬,୫୦   Sakhigopal News,20/1/2022

Blog Archive

Popular Posts